ଅମୃତର ବୈଜୟନ୍ତୀ
ଅମୃତର ବୈଜୟନ୍ତୀ
ଶିରେ ହିମାଳୟ କିରୀଟ ଶୋହେ
ପୂତଃ ଜଳରାଶି ସ୍ନିଗ୍ଧ ପରାଏ
ପ୍ରବାହିତ ତୋୟ ଯମୁନା ଗଙ୍ଗା
ଉଡ୍ଡୀୟମାନ ତା' ବକ୍ଷେ ତ୍ରିରଙ୍ଗା ।
ଶରଣ ରକ୍ଷଣ ଯା'ର ଗରବ
ଅତିଥି ଜ୍ଞାନରେ ଈଶ୍ୱର ଭାବ
ବୈଶିଷ୍ଟ୍ୟେ ଯାହାର ଦ୍ୟୁତି ପ୍ରକାଶ
ସବୁଠୁ ମହାନ୍ ଭାରତ ଦେଶ ।
ଭିନ୍ନ ଭାଷା ସମ୍ପ୍ରଦାୟର ବାସ
ବିବିଧତା ମଧ୍ୟେ ଯା'ର ଉଚ୍ଛ୍ୱାସ
ଏକତାର ମନ୍ତ୍ରେ ହୃଦୟ ରଙ୍ଗା
ଉଡ୍ଡୀୟମାନ ତା' ବକ୍ଷେ ତ୍ରିରଙ୍ଗା ।
କେଶରୀ ବୋଲାଏ ତ୍ୟାଗର କଥା
ସବୁଜ ଦର୍ଶାଏ ପ୍ରଗତି ଗାଥା
ଧବଳେ ସତ୍ୟ ଓ ଶାନ୍ତିର ବାସ
ଚକ୍ର ଅଶୋକରେ ହୁଏ ବିକାଶ ।
ନଭ ସାମଗାନେ ହୁଏ ବିଭୋର
ଶ୍ରୀପାଦ ପଖାଳେ ମହାସାଗର
ପୁଷ୍ପଦାମ ରଚେ ନନ୍ଦନବନ
ଉତ୍କର୍ଷ ପଣରେ ଦେଶ ମହାନ ।