STORYMIRROR

Minakshi Samal

Abstract Others

4  

Minakshi Samal

Abstract Others

***କବିତା***

***କବିତା***

1 min
180

କବିତା କବିର ଭାବନାର ଭାଷା

ଶବ୍ଦ ସମାହାରେ ହୁଏ ପ୍ରକାଶ

ସୁଖ,ଦୁଃଖ,ହର୍ଷ,ଉଛ୍ବାସର ଭାବ

ପରିସ୍ଫୁଟ ହୋଇ ଦିଏ ଉଲ୍ଲାସ।

ଛନ୍ଦବଦ୍ଧ ହେଉ ଅବା ଛନ୍ଦହୀନ

ନିହିତ ଥାଏ ତାର ଅନ୍ତଃସ୍ବର

ପଠନ ଅନ୍ତେ ବୋଧଗମ୍ୟ ହୋଇଲେ

ବଢିଥାଏ କବିତାର ଆଦର।

ସହଜ ସରଳ ପ୍ରାଞ୍ଜଳ ଭାଷାରେ

କବିତାର ଗଠିତ ଅବୟବ 

କେବେ ଅବା କଠିନ ଶବଦରାଜି

ବଢାଏ କବିତା ଅଙ୍ଗ ସୌଷ୍ଠବ।

ସାହିତ୍ୟର ମୁଖ୍ୟ ଶାଖା ଯେ କବିତା 

ଭାବ,ଭାଷାର ମଧୁର ସଙ୍ଗମ

ଶୁଚିମୟ ଚିନ୍ତାଧାରା ରୁଦ୍ଧିମନ୍ତ

କରିଥାଏ କବିତାକୁ ଉତ୍ତମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract