ଭିଜା ସକାଳ
ଭିଜା ସକାଳ
ନିଦ୍ରିତ ନୟନେ ପଡ଼େନି ଆଜି
ଉଷାର ଆଲୋକ,
ଭାବେ ମୁଁ ମଉନେ ଆଣିନି କି
ସେ ଭାଷ୍କରେ ଭୂଲୋକ !
ବିରାମ ଜମା ଲୋଡେନାହିଁ
ବର୍ଷା ରାଣୀ ଆଜି,
ଢାଳିବାରେ ବ୍ୟସ୍ତ ଯେ ବାରି
କେଉଁ ମଉଜେ ମଜ୍ଜି।
ନିଶିଥ ଆଗମ ଭ୍ରମେ ହଜାଏ
ଆଜିର ଭିଜା ସକାଳ ,
ଉଷ୍ମ ପାନୀୟ ଲଭିବାକୁ
ଟିକେ ଓଠଟା ବ୍ୟାକୁଳ ।
ଦେଇଛି କାଳେ ଯନ୍ତ୍ରଣା ସାରା
ଯାମିନୀ ଏ ଜଳଦ,!
ଭିଜା ସୁରେ ଜଣାନ୍ତି ଦ୍ୱିଜଗଣ
ବ୍ୟଥା ସେ ଦୁଃଖଦ।
ପ୍ରଶମିତ ଏ ପ୍ରଭାତେ ପୁଣି
ରାତ୍ରିବେନ ଉଚ୍ଚାଟ ସ୍ୱର ,
ନିସ୍ତବ୍ଦ ବାୟସଦଳ ତରୁୁୁଡାଳେ
ଭାବନା କାତର।
ବିହଙ୍ଗ ପ୍ରଭାତଗାନ ଚୋରାଇ
ନେଇଛି ଗହଳ ପାଦପ ,
ମରୁୁୁତ ପ୍ରବାହେ ଅନାୟାସେ ଗାଏ
ଲୁପ୍ ଟାପ୍ ଲୁପ୍ ଟାପ୍।
ଅବିିିରତ ଝରି କର ହେ ,ବାରିଧର
ଅକାରଣେ ବିକଳ ,
କେତେ ଯେ ବେଳୁ କ୍ଷୁଧାକୁଳ
ବଣି, କାକ ,କୋକିଳ।
ହଜିଯାଏ ସ୍ୱପ୍ନିିଳମନ ଝୁଲି
ବେତଦୋଳି ଅଳପ ଅଳପ ,
ଆହା ! କି ସ୍ୱାଦିିିଷ୍ଟ ଚା'ଟି ବାରିଝର
ସୁରେ ଟପଳପ୍ ଟପଳପ୍ ।
କାହିଁକି କେଜାଣି ଲାଗେ ସବୁ
ଭାରି ଭାରି ଯେମିତି,
ମନକହେ ଭୁଲିବାକୁ ଏ ସଂସାରେ
ମୋ ଉପସ୍ଥିତି,
ଭିଜାଇ ମାନସ ଶୀତଳ ଛିଟାରେ
ଝୁଲୁଥାନ୍ତି ଏଠି ଏଇମିତି ।
ଉଙ୍କିମାରେ ସବୁ ବେଢଙ୍ଗ ଭାବନା
ଆଜି ମୋ ଚିତ୍ତେ ,
ଥମିଯାନ୍ତା ଏ ବେଳା କେହି
ନ ଲୋଡନ୍ତା ମୋତେ।
ସ୍ପର୍ଶେ ମୋ ଓଦା ଅଂଚଳ
ପ୍ରକୃତିସ୍ଥ ମନ ଚଞ୍ଚଳ,
ବାକି ପଡିଛି ତେଣେ ଯେତେ
ସଂସାର କର୍ମ ଜଞ୍ଜାଳ।
ପରୀକ୍ଷାକୁ ଯିବ ଯେ ଦୁହିତା ମୋର
ଅଫିସ ବେଳ ବି ଗଡିିିଯିବ ୟାଙ୍କର ।
କବାଟ ବୁଜି ଅବୁୁୁଝା ସ୍ୱପ୍ନର
କ୍ଷିପ୍ର ପ୍ରସ୍ଥାନ ହୁଏ କବିଙ୍କର ।
