STORYMIRROR

Debjani Sathua

Abstract Classics Inspirational

3  

Debjani Sathua

Abstract Classics Inspirational

ଅବାଞ୍ଛିତ ଜୀବନ

ଅବାଞ୍ଛିତ ଜୀବନ

1 min
218

ହେ ଜଗତ ଗୋସାଇଁ,

           ଦେଲ କାହିଁ ଜୀବନ ଏ ଅବାଞ୍ଛିତ!

ଛାଡିଗଲ ଏ ସଂସାରେ ଥାପିି କଅଁଳ ମୋ ପାଦ ।


      ଲାଗୁଥିଲା କି ମନଲୋଭା ଏ ସାରା ଜଗତ 

ହସିଖେଳି ହଜେ , ମନେ ପଡେ ଦିିନ ସେ ବିଗତ।


    ସୁଢଳ ଦିିନଚର୍ଯ୍ୟା ଲଭିଛି ଦୁନିଆଁ ଜାଣିବା ପରୁ,

ଧନ୍ୟମଣି ଥିଲିଭାଳିି କେବେ ଏ ଦିନ ନ ସରୁ।


      ଚାହିଁ ଥିଲି ମାପିବାକୁ ଭବସାଗର ଗଭୀରତା, 

ମର୍ମେ ମର୍ମେ ଅନୁଭବି ଜୀବନ ଯାତ୍ରାର ବନ୍ଧୁରତା।


ତଥାପି ଶକ୍ତି ସଞ୍ଚରି ବଢାଇଲି ପାଦ ବାହି ବୟସ ସବାରିି,

   ପଡିଉଠି କ୍ଷତାକ୍ତ ତନ ତେବେବି ଆସେ ମନବଳ ଉତୁରି।


ପାରି ନଥିିିଲା ଛୁଇଁ ନୈରାଶ୍ଯ ର ଟିକିଏ ବି  ଛାଇ,

  ଧୈର୍ଯ୍ୟ ନିଷ୍ଠା ଯୋଗାଏ ଭଜି ତୁମକୁ ହେ ଗୋସାଇଁ।


 

ଆଗକୁ ପୁଣି ସଂଘର୍ଷର କଣ୍ଟକିତ ପଥ ରଖିଦେଲ କାଇଁ ?

 ପଛକୁ ଫେରିବାକୁ ଟିକେ ବି ତ ବାଟ ପାଉନାହିଁ ।


ରହସ୍ୟ ତୁୁମ ମାୟା ବନ୍ଧନର ବୁଝି ହିଁ ପାରେନାହିଁ।

 ତେବେ ବି ଭରିଛି ସଯ୍ୟଶକ୍ତି ତୁୁମ୍ଭମୁଖକୁ ହିଁ ଚାହିଁ।


ବଞ୍ଚିବାକୁ ସହଜ ସରଳ ଜୀବନ କରିିିଥିଲି ଇଛା।

ଆଡମ୍ବର ଚାକଚକ୍ୟ ମୋ ପାାଇଁ ଥିିଲା ସଦାମିଥ୍ୟା। 

କସ୍ତୁରି ମୃୃୃଗ ସମ ବିଛାଇଛ ମୋହମାୟା ଜାଲି ,

ବଣମଲ୍ଲୀ ମହକର ଶୀତଳ ଶାନ୍ତି,

              ଦେଇଥାନ୍ତ ସିନା ଖାଲି।


ବଉଳଭରା ବୃକ୍ଷର ସାଉଁଳିିିଆ ଛାଇରୁ ଚେନାଏ,

 ନୂଆ ମାଠିିିଆ ପାଣିିିର ତୃୃଷାର୍ତ୍ତ ବାସନାରୁ ବୁନ୍ଦାଏ।


    ଦେଇଥାନ୍ତ ହେଲେ ସାଇଁହେ

ଧାରା ଶ୍ରାବଣ ରାତିିର ଗରମ ଚକୁୁଳିରୁ ଖଣ୍ତିଏ ,

    ଓଠଥରା ଜାଡର ଉଷୁମ କାଞ୍ଜିିରୁ ମୁୁୁନ୍ଦିିିଏ।


    ଦିଅନ୍ତ ହେଲେ

ଭିଜାମାଟି ବାସ ସମ ଶାନ୍ତି 

             ବିିିତିଯାନ୍ତା ବଳକା ଆୟୁ ତକ ଏ।


ସାମାନ୍ୟ ବାଞ୍ଛା ମୋ ପୂୂୂରଣ କି କରନ୍ତ ନାହଁ ?

ଏ ଜନ୍ମେ କେବେ ମୋହଜାଲେ ତୁମ ହଜିବି ନାହିଁ, 


ଏତିକି ଜ୍ଞାନ ଦେଉଥିବ ସଦା ହେ ବ୍ରହ୍ମାଣ୍ଡ ଗୋସାଇଁ। 


           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract