ମୁଁ ସେଇ ଖାତା
ମୁଁ ସେଇ ଖାତା
ସ୍ଥିତି ମୋ ଅଟେ ଅତି ଉଚ୍ଚରେ,
ରହେ ମୁଁ ସଦା ସ୍କୁଲ ବ୍ୟାଗ ଭିତରେ।
ମୋ ଠାରେ ଥାଏ ପୁରା ନଜର ,
ସବୁ ପାଠ ଯେ ରହେ ମୋ ଭିିିତର।
ଅନ୍ୟ ଖାତା ଭୂଲିଲେ ନାହିଁ ଫିକର,
ଭୂଲିଲେ ମତେ ଟେନସନ ଦିନଯାକର।
କୋଉଠି କଣ ପାଠ ଅଛି ମୋ ଭିିିତର,
ଜଣା ତାକୁ ଖାଲି ଖାତାଟି ଯାହାର।
ପଚାରିଲେ ସାର ପ୍ରଶ୍ନ ହଜାରେ ,
ଲେଉଟାଇ ମିଳେ ସବୁ ଏଥିରେ।
ସାଙ୍ଗଠୁ ଯାହା ହୁଏ ଟିପିବାର ,
ସଂରକ୍ଷିତ ରୁୁହେ ଏ ପେଟ ଭିତର ।
ବାକିଆ ଯେତେ ରହେ ପ୍ରଶ୍ନ ଉତ୍ତର ,
ଟିପାହୁଏ କୋଣରେ ବସି ଶ୍ରେଣୀର ।
ଇତିହାସ ସାର ହଉଥାନ୍ତୁ ବକର ବକର ।
କାଗଜ ସରିଗଲେ ବିଷୟ ଚିିନ୍ତାର,
ଯୋଡା ହୁଏ ନୂୂଆ ମୋଅରି ପଛର ।
ଅଙ୍କତକ ରହିଯିିବ ନା ପୁୁୁରୁଣା ଖାତାର !
ଲେଉଟାଇବା ପୃଷ୍ଠା ଶ୍ରେଣୀରେ ପୁଣି କାହାର ?
ତେଣୁ ରହି ଆସିଛି ଭାରି ଆଦର ମୋର,
ରଫ୍ ଖାତା ନାମଟି ଯାର ,
ଅଛି କି ଆଉ ବୁଝିବାକୁ କାହାର ? ....
