ପରିପକ୍ୱତା
ପରିପକ୍ୱତା
ଆଜି କଣ କେଜାଣି ହେଇଛି!
ଭାବନା ରାଇଜେ ବୁଲୁଛି,
ଧନଞ୍ଜୟ ନିଜକୁ ନିଜେ କହି ଚାଲିଛି;
ବର୍ଷ ବର୍ଷ ଅନେକ ବର୍ଷ ବିତି ମଧ୍ୟ ଯାଇଛି,
ସଂସାରକୁ କିିଛି କିଛି ଚିହ୍ନି ବି ପାରିଛି।
ଜୀବନ ହେବ ଯେ କଣ ଟିିକେ ଟିକେ ହେଜୁଛି ,
ଭବିଷ୍ୟଯୁଗ ବହୁ ବଦଳିବ ବଦଳିବ ବୋଲି ବି କହୁଛି।
ଇଣ୍ଟରନେଟ୍ ଯୁଗୀୟ ସନ୍ତାନ ଚଳଣି ଅନୁକ୍ଷଣ କରି,
ମମି ପାପା ତାଙ୍କ ଏବେ ଅତି ଦରକାରୀ ।
ବନ୍ଧୁଗଣ ନିମନ୍ତେ ଭୋଜନ ମମି କରିବା ଜରୁରୀ।
ଦାମିିକା ସଉକ ପାଇଁ ପାପା ଦେବେ ପକେଟ୍ ଭରି।
ରୋକିଲେ ଶୁୁଣିବ,
କର୍ତ୍ତବ୍ୟ ବାଦ୍, କଣ ବା ଅଛ ଅଧିକ କରି ?
ଖଣ୍ତିଉଡା ଦେଲେଣି ତ ଏବେ ଧରି ପାପାଙ୍କ ଗାଡି,
ପକ୍ଷୀପର ଲାଗିଗଲେ ଉଡିଯିବେ
ଅନ୍ୟନିିିଡେ ଡେଣାକୁ ଝାଡି।
ନାହିଁ ତ ସେ ବେଳ ଆଉ, ଧରିବାକୁ ଲଗାମ ଭିଡି।
ଦାୟିତ୍ୱ ଭୁଲାଇ ସ୍ୱାଧୀନ ଜୀବନ
ଚାହେଁ ଯେ ଆଜିର ପିିିଢି।
ଚାଲିଛି ଗଡି ସମୟଚକ କେବେ ଛାଇ ପୁଣି ଖରା ,
ଇଚ୍ଛା ଆଶା, ମତାମତ କର୍ଣ୍ଣ ପାତିବାକୁ ଦେବେନି ଧରା।
ଶୁୁଭୁଥିବ ..
'ଆମ ସମସ୍ୟା ତମେ ବୁଝି ପାରିବନି ପରା! !
ମେଲାଅନି ଆଉ ଆମ ପାଇଁ ଚିନ୍ତାର ପସରା ।
ନିଜ ଯତ୍ନ ନିଜେ, କର ଯୋଗାଭ୍ୟାସ ଥମିବ ଜରା'।
ସ୍ୱଆକାଂକ୍ଷାରେ ହଜାଇ ବାକୁ ମନ;
ସଂସାର ଧର୍ମ ଏଣିକି ହେଲାଣି ଭାରୀ ।
ମୁକ୍ତିରେ ଶାନ୍ତିର ପ୍ରାପ୍ତି, ନିଜ ଦାୟିତ୍ୱରୁ ନିସ୍ତରି।
କେତେକାଳ ଆଉ ପିିିଉଥିବା ପୁଅବୋହୁ,
ମାତାପିତା କର୍ତ୍ତବ୍ୟ ଘୋରି ?
ଆମେ ବି ହେବା ସ୍ୱାଧୀନ ଚେତା
ସୁପ୍ତ ଇଚ୍ଛାର ଖୋଲି ପଞୁୁରୀ।
ପିତାମାତା ହେବାର ସୌଭାଗ୍ଯ, ଖୁୁସି
ଜଗତ ମାୟା ମୋହ ପାଣିଫୋଟକା ସରି।
ଗୃୃୃହସ୍ଥାଶ୍ରମଟି କେବଳ ଯେ ବଡ ଦାୟିତ୍ୱ ପରି।
ଏ ପିଢି ଠାରୁ ଖସାଇ ଅଧିକ ଆଶାର ଡୋରି ;
ଚାଲୁଥିବା ତାଙ୍କ ସହ ଭରି ମନର ସବାରି ।
