ଜୟ ମା ମହିଷାସୁର ମର୍ଦ୍ଦିନୀ
ଜୟ ମା ମହିଷାସୁର ମର୍ଦ୍ଦିନୀ
ଦୈବ ସୃଜନେ ଶସ୍ତ୍ର ପ୍ରଦତ୍ତେ,
ଅବତରି ଗିିିିରିବର ନନ୍ଦିନୀ।
ପ୍ରକମ୍ପିତ ସମଗ୍ର ମେଦିିନୀ ,
ପଦସ୍ପର୍ଶେ ଦଶଭୂଜା ତ୍ରୀଶୂଳ ଧାରିଣୀ।
ପଶୁରାଜ ଗର୍ଜନେ ପାପି ଶିହରେ ,
ସମ୍ପା ଆଲୋକେ ଉଭା ସିଂହବାହିନୀ।
ମହିଷାସୁର ତାରିଣ,ଶାାନ୍ତି ସ୍ଥାପିତେ,
ପୂଜ୍ୟନ୍ତି ସର୍ବେ କୈଟଭ ଗଞ୍ଜନୀ।
ଅଗ୍ନି ପ୍ରକଟିତା ଶୈଳସୂତା ,
ତ୍ରିଭୂବନେ ବନ୍ଦିତା ଶଙ୍କର ମୋହିନୀ।
ଦାରିଦ୍ର ଭଞ୍ଜନୀ ଭୂଧାମେ ପ୍ରତିଷ୍ଠିତା,
ଦେବୀ ବନପ୍ରିିିୟ ବାସିନୀ।
ଦୀନ ତୁଷ୍ଟି ଆଶିଷ ପ୍ରିଦାୟୀ ,
ସିନ୍ଧୁ ସୁତା ମା' ଦୁୁୁର୍ଦ୍ଧର ଧର୍ଷିନୀ ।
ଦେବୀ ମାତା କରୁୁୁଣା ବାଞ୍ଛନେ,
କୃୃପା ପ୍ରଦାୟିନୀ ଅୟୀଗିରି ନନ୍ଦିନୀ।
ଆଗମେ ଦଶଭୁଜା ଭକତ ବିଭୋର,
ହୃଦେ ବିରାଜିତା ଦୁର୍ଗତି ନାଶିନୀ।
ଆଶିଷାମୃତ ପାନେ ଭକ୍ତ ସମର୍ପିତ
ତବ ଶ୍ରୀ ଚରଣେ ମା' ବିଶ୍ଵ ବିନୋଦିନି ।