ମୁଁ ନୁହେଁ ଅରି
ମୁଁ ନୁହେଁ ଅରି
ଆଶା ଅଙ୍ଗାର ଭରା କୁହୁଳା ଛାତି ,
ଉଦାସୀ ଧୁୁଆଁ ଦିିଏ ଅମାପ ତାତି।
ସମୟ ଛାଡିଛି ମୋତେ କେଉଁଠି ଆଜି ,
କାଢି ତୋ ଦୁନିଆଁରୁ ଭାଗ୍ୟଡୋରି ସାଜି।
ବାକି ଲୁହ କିଛି ପୁଣି ରଖିଛି ଆଖି,
ସାଇତା ଧନ ସେ ମୋଦୁଃଖ ସାଥୀ।
ନା ' ଅଛି ଏବେ ସେଇ ମନ ,
ନା' ସେ ଅଭିଳାଷା ;
ବାସ୍ , ମୁୁଁ ଆଉ ଅଛି ମୋ ମିଥ୍ୟା ଆଶା।
ଶୁୁୁଷ୍କ ନିିିଳୟ ଅନ୍ତରେ ଶୁପ୍ତ ଅଭିପସା।
ସାମାନ୍ୟତମ ନାହିଁ ତୋଠାରେ ଅଭିମାନ,
ନାହିଁ ତ ଏ ସମାଜଠାରୁ ଅଭିଯୋଗ।
ବାଷ୍ପବନେ ବିିଲୁପ୍ତ ବିଗତ ଅନୁରାଗ ।
ଦେଖି ନୟନେ ପିୟୁଷର ଅଞ୍ଜନ ଗାର ,
ପାରିିନି ଢାଳି ଅନୁରକ୍ତି ସୁକ୍ଷ୍ମାତି ଧାର।
ହୋଇଥିଲି ଯେବେ ଲକ୍ଷ୍ୟ ନିକଟତର ,
ଦୋହଲି ଭାଗ୍ୟ ଖାଇଲା ଠୋକର।
ରୁନ୍ଧି କଣ୍ଠେ ଧୂୂମ ବାଣୀ ସ୍ଫୁରେନା,
ଜୀଇଁବାକୁ ଦିଏ ନା ଜମା,
ମରିବାକୁ ବି କରୁଛି ମନା।
ଚୁପ୍ ରହି ଜଳେ ନିଖୋଜ ମନ ,
କହିଦେଲେ ଯେ ତୋ ସରିିବ ମାନ।
ଭାଗ୍ୟ ଦେଇଛି ସ୍ମୃତି କଣ୍ଟକ ସମାନ।
ନା, ମୁଁ ଅନୁୁୁତପ୍ତ ନପାଇ ପ୍ରୀତିକୁ ସାକାର ;
ନା, ତୁ ଅଭିଶପ୍ତ ନିୟତିିରେ ହୋଇ ଏକାକାର।
ନ ଯାଉ ଭାସି ମୋ ସ୍ୱପ୍ନର କୃଷ୍ଣ ଜିମ୍ବୁତ ,
ବଞ୍ଚୁଥିିିବି ଧରି ଅଭିଭୂତି ସେ ବିିିଗତ ,
ଶେଷ ଆଶ୍ରା ଥାଉଏ ଜୀବନେ ଅନ୍ତତଃ ।