ଧବଳ କପୋତ
ଧବଳ କପୋତ
ମୁଁ ତ ସେଇ ମସୃଣ ଶୁଭ୍ର କପୋତ,
ଇର୍ଷାରେ ଢାଳେ ଅବିରତ ଶ୍ୟାମ ଜିିିମ୍ବୁତ।
ମନ୍ଦିର କୋଠା ମୋ ବାସ,ପ୍ରାଚୁର୍ଯ୍ଯ ସଙ୍କେତ,
ବଞ୍ଚୁଥାଏ କାତରେ ଦିନ ସହି କଷଣ ବହୁତ।
ସୌମ୍ଯତାର ଆକର୍ଷଣେ ବିଭୋର ଅନେକ,
ନବକୃତି ଭାବନାରେ ହଜି କବି ଓ ଲେଖକ।
ସଜାନ୍ତି ପଞ୍ଜୁରୀ ବି ନେଇ କିଛି ନିର୍ଦ୍ଦୟ ଲୋକ।
ଖୋଲି ମୁକ୍ତାକାଶେ ମୁୁଁ କାଳେ ଶାନ୍ତିର ପ୍ରତୀକ !
ବିଚ୍ଛୁରିତେ ଦାନା ଡାକନ୍ତି ସଧିରେ ପକ୍ଷୀ ପ୍ରେମୀକ;
ଭୁଞ୍ଜାଇ ମୋତେ ପ୍ରଭୂ କର୍ଣ୍ଣେ ପଡିବ କି ଡାକ !
ରାଜାରାଣୀ ମାନଙ୍କ ସେବେ ଥିଲି ବଡ ସଉକ ,
ଖାଦ୍ୟ ବାସ ଦେଇଥିଲେ ପୋଷି ଲକ୍ଷାଧିକ।
ଯୁଦ୍ଧବିରାମେ ହୋଇଲି ପରା ଶାନ୍ତିବାର୍ତ୍ତା ବାହକ।
ଗୁପ୍ତଚର ସାଥୀ ସହଯୋଗୀ ପୁଣି ପ୍ରଜାଙ୍କ ରକ୍ଷକ।
ସନ୍ଦେଶ ଭାଷେ ଯେ ରାଜକୁମାରୀ ଓ କୁୁୁମର ପ୍ରେମୀକ;
କ୍ଷୀପ୍ରତାରେ ଗହନେ ପଛେ ପକାଇ ଘୋଟକ ।
ଦେଇ ପ୍ରାଣବଳି, ତୋଷିିିଛି କେତେ ମାଂସ ଭକ୍ଷକ।
କେବେ ହୋଇ ବନ୍ଦୀ ବ୍ୟାଧ ଜାଲେ କୁଟୁମ୍ବ ପୋଷକ।
ଜନ୍ମିଥିିିଲି କାଳେ ଛୁୁଇଁବାକୁ ଫେନିଳ ଘନ ଉଦକ,
ଖଗ ଛୁଏଁ ମାଟି ,ଶିିିତଳି କରଣେ କ୍ଷୁଧା ପାବକ ।
ଭରିଛି ବିିିହି ଏ ଜୀବନେ ବହୁ ଯାତନା ଓ ଶୋକ,
ଦୁର୍ଦ୍ଦାନ୍ତ ହସ୍ତେ ପୁଣି କ୍ଷଣିକେ ନିଶେଷ, ଫୁଟେ ବନ୍ଧୁୁୁକ।
