STORYMIRROR

Debjani Sathua

Abstract Classics Inspirational

4  

Debjani Sathua

Abstract Classics Inspirational

ଉନ୍ନତି ପଥେ ରାଜଧାନୀ

ଉନ୍ନତି ପଥେ ରାଜଧାନୀ

1 min
634

କରି ଅଟ୍ଟହାସ୍ୟ ଚାଲିଛି ବଢି, 

       ରାଜଧାନୀର ବିିିଶାଳ ଅଟ୍ଟାଳିକା ପୁଞ୍ଜ।


ଚାରୁ ତରୁ ସବୁଜିମା ଉଜୁଡ଼ି, 

          ଶିିିଥିଳ ଏଠି ଖେଚର ସ୍ୱନ ଗୁଞ୍ଜ।


 କରେ   ଟାପରା   କଙ୍କ୍ରିଟ    କାନନ ,

          ପ୍ରକୃତି ଶୋଭା ହେଲା ବେରଙ୍ଗ।


ତୁୁୁଚ୍ଛ କରି ଆସି ଗ୍ରାମୀଣ ଜୀବନ, 

        ନୂଆ ସହରୀ ମନେ ଖେଳେ ତରଙ୍ଗ। 


ଅବଶ କାକ ଝୁଣେ ନିତ୍ୟ ଆବର୍ଜନା, 

         ବିମୁୁଖ ଏଠୁୁ ବିବିଧ ନିରିହ ବିହଙ୍ଗ ।


ଶୁୁଭେନା ଆଉ ଦ୍ଵିଜଗାନ ଗୁୁୁଞ୍ଜରଣ ,

          ଚିଁ ଚାଁ ଚୁଁ ଚୁଁ ର ପ୍ରାତଃ ଶିହରଣ । 


ବିଗତ ଶାରଦୀୟ ନିଦୁଆ ସକାଳ, 

          ଖୁସି ଖୁୁୁଣ୍ଟିବାକୁ ଘର ଚଟିଆ ବିକଳ।


ଥଣ୍ଟେ ଧରି କୁଟାକାଠି ଆଶାର ସମ୍ପତ୍ତି 

           ଟିକି ଡେଣା ଝାଡି ଖୋଜନ୍ତି ଦମ୍ପତି ;


ସ୍କାଇଲାଇଟ,ପଙ୍ଖାର ସୁରକ୍ଷିତ  ସ୍ଥାନ

           ତୋଳିବାକୁ ସୁୁନ୍ଦର ନିଡଟି ମାନ।


ଶୀତୁଆ ଦ୍ଵିପ୍ରହରେ ଭାଙ୍ଗି ନିସ୍ତବ୍ଧତା,

        ଚଟିଆକୁ କହେ କିକଥା ଘରଣି ତା'।


ସୁୁୁଖଦୁଃଖ ନୂଆ ସଂସାରର ଗପି ଗପି,

                ଗଢନ୍ତି ଆଳୟ ତାଙ୍କ ଛପି ଛପି। 


ସଞ୍ଜ ଯାଇ ରାତି, ପୁଣି ଫାଟିଲେ ସିନ୍ଦୁରା,

       କିଚିିିରି ମିଚିରି ଛନ୍ଦରେ ଛାଡିଯାଏ ମଜରା ।


କାହିଁ ଗଲେ ଟିକିଟିକି ଚଟିଆ 

            ଡରି ଉନ୍ନତ ରାଜଧାନୀ ବାସୀଙ୍କୁ,


ରହୁଥିବେ କାଳେ ଶାାନ୍ତିରେ ଯାଇ 

           ଶିିମିଳିପାଳ କି ଡେରାସ ଜଙ୍ଗଲକୁ।


ଫ୍ଲାଇଓଭର,ମଲ୍,ଫ୍ଲାଟରେ ଖୁୁୁନ୍ଦି ଅଭିମାନୀ,

           ଉନ୍ନତି ପଥେ ବଢେ ଆମ ରାଜଧାନୀ ।


ବାତ୍ୟାସମୁହ ତ ନେଇଗଲେ,

                     ଯେତେ ଗହଳ ବୃକ୍ଷ ଉପାଡି,


ବାକି ସବୁଜରାଜି ପଥ ସଂପ୍ରସାରଣ 

                                       ଦେଲା ଉଜାଡି ।


ଜାଡୁଆ ଶୀତର ମଜା ତ ,

                        ଏ ଜନ ଭୁଲି ଗଲେଣି ।


ଫ୍ଲାଟର ଏ.ସି ପବନେ 

                          ପୁରା ମଜ୍ଜି ଗଲେଣି। 


ମନକହେ ହଜିବାକୁ ପ୍ରକୃତି କୋଳେ

                          ଛାଡି ସହରୀ ପେଁ ପାଁ ,

  

ଶୁୁୁଣିିବାକୁ ଗୀତି ନିିିର୍ଝର ,ଖଗର

                                    କୁଳୁକୁଳୁ ଚେଁ ଚାଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract