ମୁଁ ଗର୍ବିତା
ମୁଁ ଗର୍ବିତା
ଏ ନୁହେଁ ଖାଲି ସାଇତା ଚିଠି,
ଅନ୍ତର ବଚନ ମୋ ତୁମକୁ ଭେଟି।
ସୁଦୂରେ ରହି ନ କରେ ଭୀତ ,
ଜୀବନେ ପାଇ ତୁମକୁ ଗର୍ବିତ ।
ଭାଗ୍ୟକୁ ମୋ ଆହ୍ଲାଦେ ପ୍ରଣାମି ,
ଧରିଲି ହାତ ରାଷ୍ଟ୍ରକୁ ସଲାମି ।
ଇର୍ଷୁକ ସଖୀଏ ଫିଙ୍ଗନ୍ତି ଟିପ୍ପଣୀ,
ସରି କେ ହେବ ଏ ବୀର ଦୁଲଣୀ ।
କା ଆଗେ ମାଗିବି କବଚ ତୁମ ପାଇଁ ,
ସଜାଗ ରକ୍ଷକ ସଦା ମାଟି ମା' ପାଇଁ ।
ନେଇଆସି ମୋତେ ବାଇଦ ବଜାଇ ,
ଫେରିଗଲ କ୍ଷେତ୍ରେ ବନ୍ଧୁକ ସଜାଇ ।
ପାରିନି ଅଭିିିମାନେ ସମ୍ୟକ୍ ଲୋତକ ଝରାଇ,
ଲଭିିିଛି ସମ୍ମାନ ସୁୁୁବେଦାର ପତ୍ନୀ ବୋଲାଇ ।
ସାହସ, ଧୈର୍ଯ୍ୟ ନିିିିଷ୍ଠା ଶିଖିଛ ଯେତେ,
ତାଠାରୁ ଅଧିକ ପ୍ରଭୂ ଦିିିଅନ୍ତୁ ମୋତେ।
ନ ହେବି ବାଧକ ତୁମ କର୍ତ୍ତବ୍ୟ ପଥେ,
ସ୍ୱପ୍ନେ ଦେଖୁଥାଏ ସଦା ବିଜୟ ରଥେ ।
କରିିିିବନି କେବେ ଛୋଟ ସଂସାର ଚିନ୍ତା ,
ସର୍ବୋଚ୍ଚ କର୍ତ୍ତବ୍ୟ ଆମ ଭାରତ ମାତା।
ଲେଉଟାଣି ସନ୍ଦେଶେ ତମ; ଅଗଣା ବାସିବ,
ମହକିବ ମାଟି, ପୁଣି ତ୍ରିରଙ୍ଗା ହସିବ।
କାହାଣୀ ବର୍ଣ୍ଣିବ ଆଈମା ମୋ ବୀର କଥା,
ଗାଉଥିବି ଅହର୍ନିଶୀ ଦେଶ ଗୌରବ ଗାଥା।