Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Abstract Inspirational

4.7  

Gobinda Chandra Sethi

Abstract Inspirational

ପଖାଳ ଦିବସ

ପଖାଳ ଦିବସ

1 min
15


ସକାଳୁ ସକାଳୁ ଦାନ୍ତକୁ ଘଷି

           ଖାଉଥିଲେ ଆମେ ପଖାଳ ବାସି ।

ନଥିଲା ଆମର ଛଅ ତିଅଣ

             ଶାଗ ପଖାଳରେ ଉଛନ ମନ।

ଓଡ଼ିଆ ଜାତିର ପ୍ରାତଃ ଭୋଜନ

            କରୁଥିଲା ଆମ ମନୋରଞ୍ଜନ ।

ନଣନ୍ଦ ଭାଉଜ ଏକାଠି ବସି

           ଖାଉଥିଲେ ସବୁ ପିଣ୍ଢାରେ ହସି ।

ଆଳୁପୋଡ଼ା ସଙ୍ଗେ ଆମ୍ବୁଲ ଖଟା

           ତୋରାଣି ଭିତରେ ଆଙ୍ଗୁଠି ଛିଟା ।

ବଢ଼ି ଚୁରା ସଙ୍ଗେ ଦେଶୀ ପିଆଜ 

             ଓଡ଼ିଆ ଜାତିଟା କରିଛି ରାଜ ।

ସେତେବେଳେ ଥିଲା ବୋଉ ବଇଦ

            ପଖାଳ ଭାତରେ ଥିଲା ଓଷଧ ।

କେତେ ବେଳେ ଦିଏ ଚାଇଁ ପଖାଳ

           କେବେ ପୁଣି ସଜ ବାସି ପଖାଳ ।

ଓଡ଼ିଆମାନଙ୍କ ସେ ପ୍ରୀୟ ଖାଦ୍ୟ

            ଭୁଲି ଯାଉଅଛେ କିପରି ଅଦ୍ୟ ।

ଖାଲି ପାଳ ନାହିଁ ସେହି ଦିବସ

            ପଖାଳ ଭାତରେ ଆଣ ହରଷ ।

ଫେରି ଆଣ ଆମ ପୂର୍ବ ଗୌରବ

             ଆଜି ହୋଇଯିବ ସବୁ ସମ୍ଭବ ।

ବିଦେଶୀ ଖାଦ୍ୟର ରୂପ ବର୍ଜନ

            ପଖାଳ ଦିବସେ କର ଆହ୍ୱାନ ।

ଅତୀତକୁ ଆଜି କର ସ୍ମରଣ 

             ସ୍ୱାସ୍ଥ୍ୟରେ ଆଣିବ ପରିବର୍ତ୍ତନ ।

ଧନ୍ୟ ଧନ୍ୟ ଆଜି ଆମ ପଖାଳ

           ଗରୀବ ପେଟର ଆଜି ସମ୍ବଳ ।



Rate this content
Log in

Similar oriya poem from Abstract