STORYMIRROR

Gobinda Chandra Sethi

Inspirational

4.5  

Gobinda Chandra Sethi

Inspirational

ଅସୁସ୍ଥ ଖାଲି ବାହାନା

ଅସୁସ୍ଥ ଖାଲି ବାହାନା

1 min
26

ରତ୍ନ ସିଂହାସନ ଦିଶଇ ମଳିନ 
ମନ୍ଦିରଟା ଜନଶୂନ୍ୟ 
ଅଣସର ଘରେ ଜରରେ ଶୋଇଲେ 
ଦିଶୁଛି ସବୁ ନଗଣ୍ୟ।
ଷାଠିଏ ପଉଟି ବଢ଼ା ହେଉ ନାହିଁ 
ଫଳକୁ କର ଭୋଜନ 
ଆନନ୍ଦ ବଜାରେ ଦିଶୁନି ଅଭଡ଼ା 
ହୋଇଛି ଭାରି ନିଜ୍ଜନ।
ଅରୁଣ ସ୍ତମ୍ଭ ତୋ ଲାଗୁନି ଚମକ 
ଝୁରେ ପତିତ ପାବନ      
ଗରୁଡ଼ ସ୍ତମ୍ଭକୁ ଭକ୍ତେ କୁଣ୍ଢାଉନି  
ଦେଖିବ କଳା ବଦନ।
ନେତ୍ର ମହୋତ୍ସବ କେବେ ଯେ ଆସିବ 
ପହଣ୍ଡି ହେବେ ମନ୍ଦିର 
ଦେଖି ଦେଲେ ଥରେ ନବ ଯଉବନ 
ଜୀବନ ହେବ ମଧୁର ।
ତଥାପି ଭକ୍ତଙ୍କୁ ପ୍ରେମରେ ବାନ୍ଧିଲେ 
ପ୍ରଭୁ ତୁମେ ଜଗନ୍ନାଥ 
ବ୍ରହ୍ମଗିରି ଠାରେ ପ୍ରକଟ ହୋଇଛ 
ରୂପରେ ଅଲାରନାଥ।
ଧନ୍ୟ ତୁମ ଲୀଳା କଳାଶ୍ରୀ ବଦନ 
ପ୍ରେମରେ କରୁଛ ବଣା 
ତୁମରି ଇସାରେ ସଭିଏଁ ନାଚୁଛୁ 
ଅସୁସ୍ଥ ଖାଲି ବାହାନା।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational