ବିଦାୟ ୨୦୨୪
ବିଦାୟ ୨୦୨୪
ଶୁଣ ଶୁଣ ତୁମେ ଆମ ଚବିଶି
ଅର୍ଦ୍ଧ ରାତ୍ର କାହିଁ ଯାଉଛ ଖସି ।
ବୟସରେ ଥିଲ ସବୁଠୁ ବେଶି
ଦେଇଥିଲ ସୁଖ ଦୁଃଖ ପରଷି ।
ସୁଖରେ କରିଲ ଅନେକ ରଜା
ଦୁଃଖ ଦୁର୍ଦ୍ଦଶାରେ କାହାକୁ ସଜା।
ଛଡାଇଲ କାହିଁ ଆମ ଆତ୍ମୀୟ
ଭାଙ୍ଗିଦେଲ ସତେ କେତେ ହୃଦୟ ।
ମନ ଭୁଲାଇଲ ବିଭିନ୍ନ ଢଙ୍ଗେ
ଭରିଲ ଜୀବନ ଫଗୁଣ ରଙ୍ଗେ ।
ସଂସାରେ ଆଜିତ ଯିଏ ଆସୁଛି
ଶେଷରେ ବିଦାୟ ସିଏ ନେଉଛି ।
ସେହି ରୂପେ ତୁମେ ଯାଉଛ ଚାଲି
ପଚିଶି ଭାଇ ମୋ ଆସିଲା ବୋଲି ।
ସୁଖ ଦୁଃଖ ଭରା ସ୍ମୃତିକୁ ନେଇ
ବିଦାୟ ଦେଉଛୁ ତୁମକୁ ଭାଇ ।
