ଆମ ପୃଥିବୀ (ବିଶ୍ୱ ପରିବେଶ ଦିବସ )
ଆମ ପୃଥିବୀ (ବିଶ୍ୱ ପରିବେଶ ଦିବସ )
ଘୁରେ ଆମ ପୃଥିବୀଟି ଚକା ଚକା ଭଉଁରୀ
ଘୁରୁଛି ସେ କେଉଁ କାଳୁ ଘୁରୁଥିବ ଆହୁରି ।
ଯେତେ ସବୁ ଦୁନିଆଁରେ ଦିଶୁଅଛି ତାହାରି
ତାକୁ ଆମେ ଧରି ରଖି କହୁଥାଉ ଆମରି ।
ନେଉଥିଲେ ଯତ୍ନ ତାର ଦିଶୁଥିବ କୁଆଁରୀ
ହସୁଥିବ ଫୁଲ ଫଳେ ଦୁଃଖ ଯିବା ପାଶୋରି।
କାଟିବାନି ବୃକ୍ଷଲତା ଜଙ୍ଗଲଟା ସବୁରୀ
ହସୁଥିବେ ଜୀବଜନ୍ତୁ କରିତାକୁ ସବାରୀ ।
ଲଗାଇବା ବୃକ୍ଷରାଜି ବଣ ହେବ ତିଆରି
ହଟିଯିବ ରୁଦ୍ରତାପ ଦୁଃଖ ଯିବ ଆମରି ।
ପ୍ରଦୂଷଣ ରୋକିଦେବ ଛେଦିବାନି ତାହାରି
ପୃଥିବୀଟା ମାଆ ଆମ କରୁଥିବା ଗୁହାରୀ।
ଜଳବାୟୁ ସନ୍ତୁଳିତ ସଦା ହେବ ଆମରି
ସବୁଜର ଓଢଣୀରେ ହସୁଥିବ କୁଆଁରୀ।
ଘୁରୁଥିବ ପୃଥିବୀଟା ଘୁରୁଥିବ ଆହୁରି
ନୂଆ ନୂଆ ରୂପରେଖ ଦେଖୁଥିବା ଆହୁରି।
