STORYMIRROR

Gobinda Chandra Sethi

Inspirational

4.7  

Gobinda Chandra Sethi

Inspirational

ଆମ ପୃଥିବୀ (ବିଶ୍ୱ ପରିବେଶ ଦିବସ )

ଆମ ପୃଥିବୀ (ବିଶ୍ୱ ପରିବେଶ ଦିବସ )

1 min
13

ଘୁରେ ଆମ ପୃଥିବୀଟି ଚକା ଚକା ଭଉଁରୀ
 ଘୁରୁଛି ସେ କେଉଁ କାଳୁ ଘୁରୁଥିବ ଆହୁରି ।
ଯେତେ ସବୁ ଦୁନିଆଁରେ ଦିଶୁଅଛି ତାହାରି
 ତାକୁ ଆମେ ଧରି ରଖି କହୁଥାଉ ଆମରି ।
 ନେଉଥିଲେ ଯତ୍ନ ତାର ଦିଶୁଥିବ କୁଆଁରୀ
 ହସୁଥିବ ଫୁଲ ଫଳେ ଦୁଃଖ ଯିବା ପାଶୋରି।
କାଟିବାନି ବୃକ୍ଷଲତା ଜଙ୍ଗଲଟା ସବୁରୀ
 ହସୁଥିବେ ଜୀବଜନ୍ତୁ କରିତାକୁ ସବାରୀ ।
 ଲଗାଇବା ବୃକ୍ଷରାଜି ବଣ ହେବ ତିଆରି
 ହଟିଯିବ ରୁଦ୍ରତାପ ଦୁଃଖ ଯିବ ଆମରି ।
ପ୍ରଦୂଷଣ ରୋକିଦେବ ଛେଦିବାନି ତାହାରି
ପୃଥିବୀଟା ମାଆ ଆମ କରୁଥିବା ଗୁହାରୀ।
 ଜଳବାୟୁ ସନ୍ତୁଳିତ ସଦା ହେବ ଆମରି
 ସବୁଜର ଓଢଣୀରେ ହସୁଥିବ କୁଆଁରୀ।
ଘୁରୁଥିବ ପୃଥିବୀଟା ଘୁରୁଥିବ ଆହୁରି 
ନୂଆ ନୂଆ ରୂପରେଖ ଦେଖୁଥିବା ଆହୁରି।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational