STORYMIRROR

Gobinda Chandra Sethi

Abstract Inspirational Thriller

4.5  

Gobinda Chandra Sethi

Abstract Inspirational Thriller

ହେ କୃଷ୍ଣ .....

ହେ କୃଷ୍ଣ .....

2 mins
24

କଂସ ଅତ୍ୟାଚାର ପ୍ରଭୁ ସହି ନ ପାରିଲ ଏ ମର୍ତ୍ତ୍ୟ ମଣ୍ଡଳେ ତୁମେ ଜନମ ହୋଇଲ। ଜନ୍ମ ନେଇଥିଲ ଦିନେ ଅମା ଅନ୍ଧକାରେ ପିତାମାତା ଥିଲେ ତୁମ ଯେବେ ବନ୍ଦୀଘରେ। ଅଷ୍ଟମ ଗର୍ଭରୁ ସେ ଅଷ୍ଟମ ଅବତାର ଦେବକୀ ମାତାଠୁ ରାତ୍ରେ ହୋଇଗଲ ଦୂର। ବଢିଥିଲ ଗୋପପୁରେ ଯଶୋଦାଙ୍କ କୋଳେ ଗଢି ଥିଲ ସାଙ୍ଗସାଥୀ ଗୋପାଳଙ୍କ ମେଳେ । ଅଧରରେ ବଂଶୀଧରି ରାଧାକଲ ବାଇ ଗୋପେ ଗୋପାଳୁଣୀ ଥିଲେ ତୁମ ପଛେ ଧାଇଁ । ଫେରିଲ ମଥୁରାପୁର ଛାଡ଼ି ଗୋପପୁର ନନ୍ଦ ଓ ଯଶୋଦା ଦୁହେଁ ଥିଲେ ତ ଅଧୀର । ଦିନେ ଯିଏ ରାଧା ସଙ୍ଗେ ହୋଇଥିଲେ ବାଇ ସବୁ କିଛି ଭୁଲିଗଲେ ରୁକ୍ମୁଣୀଙ୍କୁ ପାଇ । ଦ୍ୱାରକାରେ ରହିଥିଲେ ଅଷ୍ଟଭାର୍ଯ୍ୟା ଧରି ପାଣ୍ଡବଙ୍କ ସଖା ସାଜି କରିଥିଲେ ପାରି। ଉଦ୍ଧାରିଲ ଜଗତକୁ ସୁଦର୍ଶନ ଧରି ଶେଷେ ପ୍ରଭୁ ଜରା ତୀରେ ହୋଇଗଲ ପାରି। ଦୁଃଖରେ ସଖା ଅର୍ଜୁନ କରୁଥିଲେ ଦାହ ଅବିନାଶୀ ହୃଦୟ ସେ ନ ହୋଇଲା ଦାହ। ଦିବ୍ୟ ବାଣୀ ଅର୍ଜୁନଙ୍କ କର୍ଣ୍ଣେରେ ଗୁଞ୍ଜନ ଅବିନାଶୀ ହୃଦୟକୁ କର ତୁ ବହନ। ସାଗରେ ଭସାଇ ଦେଲେ କାଠ ଗଣ୍ଡି ପରେ ଦିବ୍ୟ ଅବଶେଷ ଲାଗେ ଶ୍ରୀକ୍ଷେତ୍ର ପୁରୀରେ। ଅବନ୍ତୀର ରାଜା ଥିଲେ ରାଜା ଇନ୍ଦ୍ରଦ୍ୟୁମ୍ନ ଦିବ୍ୟ ଦୃଷ୍ଟି ଦ୍ୱାରା ହେଲେ ନିର୍ଦ୍ଦେଶିତ ଜାଣ। ପାର୍ଥିବ ଶରୀର ସିଏ ସମୁଦ୍ରରୁ ନେଲେ କାଠ ରଖି ଭଗବାନ ବିଷ୍ଣୁଙ୍କୁ ପୂଜିଲେ। ବିଶ୍ୱକର୍ମା ବୃଦ୍ଧ ବେଶେ ହୋଇଲେ ବଢ଼େଇ ରୁଦ୍ଧ କୋଠରୀରେ ମଧ୍ୟେ ପ୍ରଭୁଙ୍କୁ ଗଢ଼ଇ। ଜଗନ୍ନାଥ, ବଳରାମ ସୁଭଦ୍ରା ଗଢିଲେ ମୁଖ୍ୟ ଦେବଙ୍କ ଉଦରେ ଘଟକୁ ଥୋଇଲେ । ଶୁଭିଲାନି ବଢ଼େଇର ନିହାଣ ଆଘାତ ଭାବିନେଲ ବଢ଼େଇର ହୋଇଗଲା ମୃତ। ଇନ୍ଦ୍ରଦ୍ୟୁମ୍ନ ରାଜା ଯେବେ ଖୋଲିଲେ କବାଟ ଅଧାଗଢା ଦିଅଁ ହୋଇ ଥିଲେତ ପ୍ରକଟ । ନିରାକାର-ଅଙ୍ଗହୀନ ଆଜି କଳିଯୁଗେ ଭକ୍ତଙ୍କର ଗୁହାରୀ ଯେ ଶୁଣ ଯୁଗେ ଯୁଗେ। ବରଷକେ ଥରେ ଆସ ରଥ ରୁଢ଼ା ହୋଇ ପାପୀ ତପି ତରିଯାନ୍ତି ଦେଖିତ ଗୋସାଇଁ । ଧନ୍ୟ ତୁମେ ଜଗନ୍ନାଥ ଧନ୍ୟ ତୁମ ଧାମ ତୁମ ପ୍ରେମେ ଭକ୍ତ ଆଜି ଲଭନ୍ତି ସୁନାମ। ଏହିରୂପେ ଶ୍ରୀକ୍ଷେତ୍ରରେ ଅଛନ୍ତି କାଳିଆ ସୁଭଦ୍ରା ଭଉଣୀ ସହ ଭାଇ ଯେ ବଳିଆ। ହେ କୃଷ୍ଣ ହେ କୃଷ୍ଣ ବୋଲି ଯାଉ ମୋ ଜୀବନ ଶ୍ରୀଚରଣେ ସ୍ଥାନ ଦେଇ କର ହେ ହରଣ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract