ମୁକ୍ତ ବିହଙ୍ଗ
ମୁକ୍ତ ବିହଙ୍ଗ
ମୁକ୍ତ ବିହଙ୍ଗର ରୂପ ନେଇ ଭାଇ
ଉଡ଼ି ଗଲ ବହୁ ଦୂରେ
ସବୁ ବନ୍ଧନକୁ ତୁମେ ଭୁଲିଗଲ
ରହିଗଲ ନିଶ୍ଚିନ୍ତରେ।
ଅମା ଅନ୍ଧକାରୁ ମାୟା ବନ୍ଧନରୁ
ହୋଇଗଲ ତୁମେ ପାରି
ଆଜି ଛଟପଟ ଏ ହୀନ ଜୀବନ
ଦୁଃଖ ମିଳେ ଅସୁମାରୀ।
ତୁମ ବାହୁ ବଳେ ଥିଲା ତ ଅଭୟ
ନଥିଲା କାହାର ଚିନ୍ତା
ସବୁ ସୁଖ ଦୁଃଖ ତୁମେ ବୁଝୁଥିଲ
ଏବେ ହଜିଲାଣି ଚେତା ।
ବରଷ ପୂରିନି ଭୁଜ ଟେକୁଅଛୁ
ତିଥି ଧରି ଏକ ଦିନେ
ତୁମ ସନ୍ତାନକୁ ଆଶିଷ ଢାଳିବ
ମନେ ପଡ଼େ ସବୁ ଦିନେ ।
