ଧନ୍ୟ ତୁ ମାନବ
ଧନ୍ୟ ତୁ ମାନବ
ନୟନ ନୁହଁଇ ନଈ କି ପୋଖରୀ
ଭରି ଥାଏ ସେତ ଲୁହର ବାରି ।
ଚରିତ୍ର ନୁହଁଇ ଲୁହାରେ ତିଆରି
କଳଙ୍କ ଲାଗୁଛି କାହାକୁ ଧରି।
ଶତ୍ରୁ ନୁହେଁ ଏକ ବୃକ୍ଷର ମଞ୍ଜି
କିପରି ବଢୁଛି ସଂସାରେ ଆଜି ।
ଆତ୍ମ ସମ୍ମାନଟା ଶରୀର ହିନ
ଘାଇଲା ହେଉଛି କହେ ସୁଜନ ।
ମଣିଷ ହୃଦୟ କରେ ସ୍ପନ୍ଦନ
କିପରି ହେଉଛି ଆଜି ପାଷାଣ ।
ଇଜ୍ଜତ ମହତ ନୁହେଁ ଜିନିଷ
ତଳେ ପଡିଗଲେ କିପରି ନାଶ ।
ଦେଖି ହୁଏ ନାହିଁ କଥା ଆଘାତ
ଶୁଣିଲେ ମଣିଷ କ୍ଷତ ବିକ୍ଷତ ।
ମଣିଷ ସ୍ଵଭାଵ ନ ହୁଏ କଳି
ଋତୁ ନୁହେଁ ସେତ ଯାଏ ବଦଳି ।
ସଂସାର କହୁଛି ମାନବ ଶ୍ରେଷ୍ଠ
କିପରି କରୁଛୁ ତୁହି ଅନିଷ୍ଟ ।
ଧନ୍ୟ ତୁ ମାନବ ତୋର ସମାଜ
କିପରି ହେଉଛୁ ତୁ ସଜବାଜ ।
ବଦଳିବ ଯଦି ଆମ ସ୍ଵଭାଵ
ରହିବନି ଆଜି କିଛି ଅଭାବ ।
