STORYMIRROR

Gobinda Chandra Sethi

Inspirational

4  

Gobinda Chandra Sethi

Inspirational

ଶିକ୍ଷା

ଶିକ୍ଷା

1 min
4

ଶିକ୍ଷା ଅଟଇ ମହା ଧନ 

       ଶିକ୍ଷେ ହଟଇ ମୋ ଅଜ୍ଞାନ । 

ଶିକ୍ଷା କରଇ ଶିକ୍ଷିତ 

        ଜୀବନ ପଥେରେ ଅମୃତ ।

ଶିକ୍ଷେ ହଟାଏ ଅନ୍ଧାର 

        ଜୀବନେ ଆଣେ ସୁଧାର ।

ଶିକ୍ଷା ଦିଅଇ ରୋଜଗାର 

        ଜ୍ଞାନ ଆଚାର ଓ ବିଚାର ।

ଶିକ୍ଷାକୁ କର ସହଚର 

        ଲଭିବା ଆମେ ସଦାଚାର ।

ଶିକ୍ଷା ଅଟଇ ଆଦ୍ୟ ଭାଗ

        ଜୀବନେ ଆଣଇ ସୁରାଗ ।

ଶିକ୍ଷାରେ ଅଛି ଭଲ ମନ୍ଦ 

        ଅସଲ ଶିକ୍ଷେ ନାହିଁ ଦ୍ବନ୍ଦ ।

ଶିକ୍ଷା ଅଟଇ ଆମ ଅସ୍ତ୍ର 

        ହଟାଇ ଥାଏ ଭୀତ ତ୍ରସ୍ତ ।

ଶିକ୍ଷାଟା ନୁହଁଇ ମଳିନ 

       ଝଲସେ ଆଲୋକ ସମାନ ।

ଶିକ୍ଷା ଅଟଇ ଭାଵି ମୂଳ 

         ଦୁର୍ବଳ କରଇ ସବଳ ।

ଶିକ୍ଷା ଅଟଇ ବଳବାନ 

       କରିବା ସର୍ବେ ଉପାର୍ଜନ ।

ଏ ଅଟେ ଶିକ୍ଷାର ଯେ ନୀତି 

      ରଖିବା ଆମେ ସଭି କତି ।

ଧନ୍ୟ ଶିକ୍ଷାରେ ଗୁରୁଜନ 

       ପ୍ରେମ କରନ୍ତି ସେ ଅଭିନ୍ନ ।

ଅବାଟେ ଗଲେ ମାଡ଼ ଗାଳି

       ବାଟକୁ ଥାଆନ୍ତି ଓଗାଳି ।

ତାଙ୍କରି ସବୁ ଉପାଖ୍ୟାନ 

       ବଢା଼ଇ ଥାଏ ଆମ ମାନ ।

ଆସ କରିବା ଉପାର୍ଜନ 

      ସେଥିରେ ଅଛି ବ୍ରହ୍ମଜ୍ଞାନ ।



Rate this content
Log in

Similar oriya poem from Inspirational