STORYMIRROR

Gobinda Chandra Sethi

Inspirational

4.5  

Gobinda Chandra Sethi

Inspirational

ଭକ୍ତି ହିଁ ଶକ୍ତି

ଭକ୍ତି ହିଁ ଶକ୍ତି

1 min
24

 

ଶୁଣ ଶୁଣ ଆଜି ଭକ୍ତି ରହସ୍ୟ 

         ଆଚରଣେ ତାର ହସେ ଭବିଷ୍ୟ ।

ଭକ୍ତି ଭାବ ଯଦି ଖାଦ୍ୟରେ ଆସେ 

        ଖାଦ୍ୟଟା ପ୍ରସାଦ ରୂପରେ ବାସେ ।

ଭକ୍ତି ଭାବ ଯଦି ଜଳରେ ଆସେ 

         ଅମୃତ ରୂପରେ ଜଳଟା ଦିଶେ ।

ଭକ୍ତି ଭାବ ରଖି କରିଲେ ଯାତ୍ରା

        ତୀର୍ଥ ହୋଇଯିବ ଆମର ଯାତ୍ରା ।

ଭକ୍ତି ଭାବେ ଯଦି ଗାଇବା ଗୀତ 

        ସଂକୀର୍ତ୍ତନ ହେବ ଆମ ସଙ୍ଗୀତ ।

ଭକ୍ତି ରଖି ଗୃହେ କଲେ ପ୍ରବେଶ 

         ମନ୍ଦିର କରିବ ଗୃହରେ ବାସ ।

ଭକ୍ତି ଭାବ ରଖି କରିଲେ କାର୍ଯ୍ୟ 

     କାର୍ଯ୍ୟଟା ହୋଇବ ସେବାରେ ଧାର୍ଯ୍ୟ ।

ପିତା ମାତା ଦୁହେଁ ସକଳ ତୀର୍ଥ  

      ଭକ୍ତିରେ ସେବାକୁ ନ କଲେ ବ୍ୟର୍ଥ ।

ଭକ୍ତିରେ ମାନବ କରିଲେ ଗତି 

         ନାରାୟଣ ରୂପେ ମିଳଇ ଶକ୍ତି ।

ବିବେକାନନ୍ଦଙ୍କ ନିଃସୃତ ବାଣୀ 

        ଲେଖିଲି ଗୀତରେ କଥାକୁ ଶୁଣି ।

ଜୀବନ ପଥରେ ଆଣିବ ହିତ 

       ନ ହେଲେ ଜନତା ଏଠୁ ବିଚ୍ୟୁତ ।

ଭକ୍ତିରେ ମିଳଇ ଅନେକ ଶକ୍ତି 

         ସେଥିପାଇଁ ନାମ ଭକ୍ତି ହିଁ ଶକ୍ତି ।



Rate this content
Log in

Similar oriya poem from Inspirational