STORYMIRROR

Gobinda Chandra Sethi

Abstract Comedy Romance

4.5  

Gobinda Chandra Sethi

Abstract Comedy Romance

ହେ ଭାଲେଣ୍ଟାଇନ ମୋର

ହେ ଭାଲେଣ୍ଟାଇନ ମୋର

1 min
347

ଭାଲେଣ୍ଟାଇନ ଡେ଼ରେ ହୃଦ କିଣି ଥିଲ

କଲେଜ ଆସି ଆମର

ଯେତେ ଯିଏ ସବୁ ପଛରେ ଆସିଲେ

ହୃଦରୁ କଲି ବାହାର ।

ଦାରୁଣ ଯନ୍ତ୍ରଣା ପ୍ରେମରେ ପାଇଛି

ପ୍ରତୀକ୍ଷା କଲା ଅଧୀର

ହୃଦରେ ସ୍ପନ୍ଦନ ଅନେକ କରିଛି

ଡେରିରେ ଦେଲ ଉତ୍ତର ।

ଠିକଣା ଖୋଜିଛି ଅନେକ ତୁମର

ଚିଠିରେ ଦେବି ଉତ୍ତର

ପ୍ରାଣ ଛାଡୁଥିଲା ପ୍ରତି କ୍ଷଣେ କାଳେ 

ହୃଦ କିଣିବ କାହାର ।

ସପନେ ପାଇଲି ପ୍ରେମର ପରସ

ପାଖରେ ଆସି ନଜର

ସପନୁ ବାହାର ଯେବେ ମୁଁ ହୋଇଲି

ହୃଦକୁ ଦେଲ ପ୍ରହାର ।

ପ୍ରତୀକ୍ଷାର ଅନ୍ତ ଦିନେ ହୋଇଥିଲା

ଆସିଲ ଆମ ସହର

ମୋହନ ମଣ୍ଡପ ବିବାହ ମଣ୍ଡପେ

ହାତ ଧରିଲ ମୋହର ।

ବାପା ବୋଉ ମୋର ଅଳି କରିଥିଲେ

ରଖିବ ମୋର ନଜର

ସ୍ନେନ ପ୍ରେମ ସବୁ ଜୀବନେ ଭରିଛ

କରି ନାହଁ ଅନାଦର ।

ପ୍ରେମର ବନ୍ଧନେ ହୃଦୟେ ରଖିଲ

ଗଢ଼ିଲେ ନୂଆ ସଂସାର 

ଝଡ ଝଞ୍ଜା ଯେବେ ଜୀବନେ ଆସିଛି

ପୋଚିଛ ନୟନୁ ନିର।

କିଏ ଯଦି କେବେ ପାଖେ ଛିଡା ହୁଏ

ରଖିଛି ମୋର ନଜର

ହସି କଥା ହେଲେ ତା ସାଥୀରେ ତୁମେ

ଆଖିରେ ଲୋତକ ଧାର।

ତୁମେ ହିଁ ତ ମୋର ହୃଦୟ ଦେବତା

ନାହିଁ କିଛି ଦରକାର

ଜନ୍ମ ଜନ୍ମାନ୍ତରେ ଆସିବ ମୋହର 

ଜଗାକୁ ମୋର ଜୁହାର ।

ସବୁ କଥା ମୋର ଖୋଲିକି କହିଛି

ସଫା ଅଛି ମୋ ଅନ୍ତର

କିଛି ଲୁଚାଇନି ମୋର କଥା ଆଜି

ହେ ଭାଲେଣ୍ଟାଇନ ମୋର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract