STORYMIRROR

ସନାତନ ଦାସ

Abstract

4  

ସନାତନ ଦାସ

Abstract

କେମିତି କିଏ ଜଣେ...

କେମିତି କିଏ ଜଣେ...

1 min
39

କେମିତି କିଏ ଜଣେ,

ଏତେ ନିଷ୍ଠୁର ହୋଇପାରେ


ମୁହଁରେ କୁଟିଳ ହସ ଖେଳାଇ

ପଛରୁ ଛୁରାଘାତ କରେ,

 ମୁହଁରେ ଆହାର ଦେଇ

ପିଠିରେ ପାହାର ଥୁଏ


କେମିତି କିଏ ଜଣେ,

ଏତେ ଦୟାଳୁ ହୋଇପାରେ


ନିଜେ ଭୋକରେ ରହି ବି

ଭୋକିଲା ମୁହଁ ରେ ଦାନା ଦିଏ,

ଅନ୍ୟକୁ ବଞ୍ଚାଇବାକୁ ଯାଇ,

ନିଜେ ବିପଦରେ ପଡେ


କେମିତି କିଏ ଜଣେ 

ଏତେ ମମତାମୟୀ ହୋଇପାରେ


ମିଛରେ ପେଟ ପୁରିଯାଇଛି କହି

ନିଜ ଛୁଆ କୁ ଆହାର ଦିଏ,

ସବୁ ବିପଦ ରେ ସାମ୍ନାକୁ ଆସି

ନିଜ ରକ୍ତକୁ ସୁରକ୍ଷା ଦିଏ


କେମିତି କିଏ ଜଣେ

ଏତେ ଭଲ ପାଇ ପାରେ


ସମାଜକୁ ପର କରି ବନ୍ଧୁର ପଥରେ

ସାଥୀ ର ହାତ ଧରି 

ଜୀବନ ସାଥି ହେବାକୁ ସାହସ କରେ

ହସ କାନ୍ଦ ର ଦ୍ଵନ୍ଦ ରେ

ନିଜେ ବଞ୍ଚି ସାଥିକୁ 

ବଞ୍ଚିବାର ସାହାରା ଦିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract