STORYMIRROR

ସନାତନ ଦାସ

Drama

4  

ସନାତନ ଦାସ

Drama

ହଜିଲା ବସନ୍ତ

ହଜିଲା ବସନ୍ତ

1 min
385

ମୋ ଗାଆଁର ବସନ୍ତ ଆଜି ମଉନେ କାଇଁ ବସିଛି,

ଝରାଇ ଆଖିରୁ ଲୁହ ସେ ମନରେ ଗୁମୁରି କାନ୍ଦୁଛି..!!


ମୃଦୁ ମଳୟର ସୁଶିତଳ ବାଆ କୁଆଡେ ଯେ ହଜିଯାଇଛି,

ନୂତନ ପଲ୍ଲବ ନିଦାଘର ଝାସେ ମଉଳି ସେ ଝରି ପଡ଼ିଛି..!!


ନାହିଁ ସେହି ମାଦକତା ଆଉ ପ୍ରେମ ଫଗୁଣର ଗାଥା,

ଆଧୁନିକତା ଆଜି ଛଡ଼ାଇ ନେଇଛି ପୀରତିର ସବୁ କଥା..!!


ଋତୁ ରାଜ ଆଜି ଦାଣ୍ଡର ଭିକାରୀ ଶିରୀ ତାର ତୁଟି ଯାଇଛି,

ହାତ ପତାଇ ସେ ମାନବକୁ ଆଜି

ତା ହଜିଲା ଦିନକୁ ମାଗୁଛି..!!


ବସନ୍ତ କାଳରେ ବାସନ୍ତିକ ଦୃଶ୍ୟ ସତେକି ଅତୀତ ହୋଇଛି,

ଚନ୍ଦ୍ରମା ପରି ଖଣ୍ଡ ଖଣ୍ଡ ଛିଣ୍ଡି

ଆକାଶରେ ମିଶି ଯାଇଛି..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama