STORYMIRROR

Debabrata Mishra

Abstract Drama Romance

3  

Debabrata Mishra

Abstract Drama Romance

ସ୍ୱପ୍ନର ସୁନୟନା

ସ୍ୱପ୍ନର ସୁନୟନା

1 min
179


କଳ୍ପନାରେ ଆସେ, ସେ ନିଦରେ ସ୍ୱପ୍ନରେ ଆସେ

ଖୁସିକରିବା ପାଇଁ ଆସେ ନା ଖୁସି ପାଇବାକୁ ଆସେ ପଶ୍ନ..? 

ଅବାଧ ପ୍ରବେଶ କରେ ସେହି ପରିସୀମା ମଧ୍ଯରେ

ଏ ମନର ନିଷିଦ୍ଧ ଇଲାକାର ଠିକଣା ତାକୁ ଦେଲା କିଏ..? 

ଅବାସ୍ତବ ହୋଇ ମଧ୍ଯ ଦାବି କରେ ସେ ବାସ୍ତବରେ ମୋର.. (୧) 


ଆଗମନେ ତାର ବଦଳିଯାଏ ହଠାତ୍ ଏ ହୃଦୟ ପରିବେଶ

ସବୁଜ ପାଲଟିଯାଏ ମନର ଯେତେ ଭାବନା ବୃକ୍ଷ 

ନିଦର ରାଇଜରେ ବଢିଯାଏ ମିଠା ସ୍ୱପ୍ନର ଆୟୁଷ

ନିବୁଜ ହୃଦୟ କୋଠରୀକୁ କେମିତି ଆସିଲା ଜଣେ

ପ୍ରଶ୍ନର ଉତ୍ତର ପାଇବା ପୂର୍ବରୁ ସରିଯାଏ ସ୍ୱପ୍ନର ଧାରାବାହିକ.. (୨) 


ଅନେକ ଚେଷ୍ଟା ପରେ ବି ସେ ଯାଏନା ଛାଡ଼ି

ଅବୁଝା ସେ ବୁଝେନି ଯାଦୁ କରିଦିଏ ଲାଗେ ସତେ

କିଏ ସେ.. ଲାଖିଲା ପରି ଆଖିଦୁଇ ତାର ଆକର୍ଷିତ କରେ

କିଛି ତ କହେନି ଓଠରେ ଯେହେତୁ ସ୍ୱପ୍ନରେ ଅଛି ସେ

ହସରେ ତାର ଅସରନ୍ତି ଶବ୍ଦ ଶୁଭେ ମୋତେ ଅନେକ କହେ ସେ.. (୩) 


ଉତ୍ସାହର ଉର୍ମି ନେଇ ଆସେ ଶିଖାଏ ହସ ଏ ଓଠେ

ବାରବାର ବାଧ୍ଯକରେ ମୋତେ ହସିବାକୁ ତାର ଅମୂଲ୍ଯ ହସରେ

ହଜାଏ ସେ ଭିଜାଏ ସେ ତାର ଧୀରସ୍ୱରର କଥାରେ

କାହିଁକି କେଜାଣି ଇଛାହୁଏ ଟିକେ ଆଳାପ କରିବି ତା ସାଥେ 

ଏମିତି କଥୋପକଥନରେ ଧାରାବାହିକ ଚାଲିଥାଏ ନିଦରେ.. (୪) 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract