STORYMIRROR

KRUTIBAS NAYAK

Abstract Others

4  

KRUTIBAS NAYAK

Abstract Others

ଓଡ଼ିଆ ଜାତିର ଲଢୁଆ ବୀର-22: ବାସୁ-ବିଶୁନି

ଓଡ଼ିଆ ଜାତିର ଲଢୁଆ ବୀର-22: ବାସୁ-ବିଶୁନି

1 min
358


କନିକା ରାଇଜେ ରାଜେନ୍ଦ୍ର ରାଜନ ବସାଇଲେ ନୂଆକର,

ଖଟିଖିଆ ଲୋକ ଗରିବ ଜନତା ରାଗେ ହେଲେ ଜରଜର |


ବର୍ତ୍ତନୀ ଗାଆଁର ଦୀନବନ୍ଧୁ ରାୟ ସାଜିଲେ ବିପ୍ଳବୀ ବୀର,

ମାତିଲେ ଜନତା ପାଇ ଯୋଗ୍ୟନେତା ରାଜାଙ୍କୁ ଲାଗିଲା ଡର |


ଦୀନବନ୍ଧୁ ଘରେ ବିଶୁନି ନାମରେ ଗୋରୁକାମ କରେ ଯିଏ,

ମାଲିକ ଡାକରେ ଠେକା ବାନ୍ଧି ଶିରେ ବିପ୍ଳବୀ ହୋଇଲା ସିଏ |


ବାସୁସେଠୀ ନାମେ ରଜକ ଭାଇ ସେ ତେନ୍ତୁଳିକୁଲିରେ ଘର,

ଗାଆଁଗାଆଁ ବୁଲି ଲୁଗାକାଚି ବଞ୍ଚେ, କାହାକୁ ନ ଥାଏ ଡର |


ଅନ୍ୟାୟ ବିରୁଦ୍ଧେ ତେଜିଲା ବିପ୍ଲବ ଫଉଜ ଆସିଲେ ମାଡ଼ି,

ବାସୁଆ ମୁଣ୍ଡରେ ଗାମୁଛା ଭିଡ଼ିଲା ହାତରେ ବାଟୁଳି ଖଡ଼ି |


ବିଶୁନି ଆସିଲା ବାଡ଼ିକୁ ବୁଲେଇ ଆଖିବୁଜି ଦେବ ପିଟି,

ଫିରିଙ୍ଗି ଫଉଜ ବିଦ୍ରୋହୀ ଜନତା ହୋଇଗଲେ ଭେଟାଭେଟି |


ମେଘପୁର ଗାଆଁ ବେବର୍ତ୍ତା ପୋଖରୀ ହୁଡ଼ାରେ ଫୁଟିଲା ଗୁଳି,

ପ୍ରଥମ ଗୁଳିରେ ସାହସୀ ବାସୁଆ ଭୂଇଁରେ ପଡ଼ିଲା ଢଳି |


ଛତ୍ରଭଙ୍ଗଦେଲେ ଗ୍ରାମବାସୀ ନେତା ଚାରିଆଡ଼େ ହାହାକାର,

ବିଶୁନି ବୁଲାଏ ସୁନ୍ଦରୀ ଠେଙ୍ଗାକୁ ଜୀବନ ତା’ ପାଇଁ ଛାର |


ବାଜିଲା ଛାତିରେ ଫଉଜର ଗୁଳି ବିଶୁନି ପଡ଼ିଲା ଲୋଟି,

ସହିଦ ରକତେ ତୀର୍ଥଭୂମି ହେଲା ଦୁଃଖିନୀ କନିକା ମାଟି |



Rate this content
Log in

Similar oriya poem from Abstract