STORYMIRROR

KRUTIBAS NAYAK

Abstract

4  

KRUTIBAS NAYAK

Abstract

ଓଡ଼ିଆ ଜାତିର ଲଢୁଆ ବୀର-11: ଚକ୍ରଧର ଜେନା

ଓଡ଼ିଆ ଜାତିର ଲଢୁଆ ବୀର-11: ଚକ୍ରଧର ଜେନା

1 min
373



ନରସିଂହ ଗଡ଼ଜାତ ରାଜ୍ୟ ରାଜା ତ ନାମକୁ ମାତ୍ର,

ଫିରିଙ୍ଗି ଶାସନ ହୁକୁମ ମାନନ୍ତି ଯୋଡ଼ି ବେନି କରପତ୍ର |


ବେଠିରେ ଖଟେଇ ମଜୁରି ନଦେଇ କରୁଥିଲେ ଅତ୍ୟାଚାର,

ଅଶାନ୍ତି ବଢିଲା ମଣ୍ଡଳ ଗଢିଲା କମ୍ପେ ନରସିଂହପୁର |


ପ୍ରଜାମଣ୍ଡଳକୁ ଦବାଇ ଦେବାକୁ ଫିରିଙ୍ଗି ଦେଲେ ପୁଲିସ,

ମଣ୍ଡଳ ମୁଖିଆ ନିଷ୍ପତି କରିଲେ ହୋଇବ ନାହିଁ ସାଲିସ |


ବାଲିଝରି ଗାଆଁ ହାଡୁଆ ନାଳକୁ ଗଲେ ଠେଙ୍ଗା ବାଡ଼ି ଧରି,

ପ୍ରଜା ମଣ୍ଡଳର ଜୟଧ୍ଵନି ଦେଲେ ରାଜାଙ୍କୁ ଧିକ୍କାର କରି |


ଫଉଜ ଆସିଲେ ବନ୍ଧୁକ ସଜେଇ ନେତା ହେଲେ ଆଗଭର,

ଲୋକନାଥ, ଭାନୁ ଆର୍ତ୍ତ, ଚିନ୍ତାମଣି ତାଙ୍କ ଆଗେ ଚକ୍

ରଧର |


ମୁଣ୍ଡରେ ପଗଡ଼ି ହାତେ ଠେଙ୍ଗା-ବାଡ଼ି ଅଣ୍ଟିରେ ପଥର ଭରି,

‘ଫେରିଯାଅ ତୁମେ ଫିରିଙ୍ଗି କୁକୁର’ ପକାଇଲେ ନେତା ହୁରି |


ନକରି ଖାତର ହୋଇ ତରବର ପୁଲିସ ଆସିଲେ ମାଡ଼ି,

ଗାଆଁଲୋକ ଯେତେ କ୍ରୋଧଭରି ମନେ ଉଠେଇଲେ ଠେଙ୍ଗାବାଡ଼ି |


ଆଗ ଚକ୍ରଧର ଛାଡ଼ିଲେ ପଥର ତା’ପରେ ମାତିଲେ ଲୋକେ,

ପଥର ମାଡ଼ରେ ଫିରିଙ୍ଗି ଫଉଜ ଆହତ ହୋଇଲେ ଥୋକେ |


ଧାଏଁଧାଏଁ କରି ଆସିଗଲା ଗୁଳି ନେଲା ଚକ୍ରଧର ପ୍ରାଣ,

ଗୁଳିମାଡ଼ ଖାଇ ବଞ୍ଚିଗଲେ ପୁଣି ନେତା ଆଉ ପାଞ୍ଚଜଣ |


ଭୁଲିହେବ ନାହିଁ ଅମର ସହିଦ ବୀର ଚକ୍ରଧର ନାଆଁ,

ମନେ ପକାଉଛି ସହିଦ ମୀନାର ବାଲିଝରି ବୀରଗାଆଁ |


Rate this content
Log in

Similar oriya poem from Abstract