STORYMIRROR

ASHIS KUMAR SWAIN33

Abstract

4  

ASHIS KUMAR SWAIN33

Abstract

କବିତା

କବିତା

1 min
349

  ଶବ୍ଦ କିଛି ଥିଲା ଆବଦ୍ଧ 

          ମୋ ଶବ୍ଦକୋଷରେ

  ସଜେଇଦେଲି ତାକୁ 

          ଚେତନାର ଚାରିକାନ୍ଥରେ

  ଚେତନା କହିଲା ଯାଇ

          ହୃଦୟ କନ୍ଦରେ

  ଗୁନ୍ଥି ଦେ ରେ ତାକୁ 

          ଅକ୍ଷରର ଖିଅରେ

  ଲେଖିଦେଲି ଯେବେ 

          ଅନ୍ତରାତ୍ମାର ଲେପ ଦେଇ 

  ଫୁଟିଉଠିଲା ସେ 

         ଅପରୂପା କବିତା ହୋଇ।


   ସାତରଙ୍ଗ ଇନ୍ଦ୍ରଧନୁ ଉଇଁଗଲା 

        ମୋ ତୃପିର ଆକାଶେ

   କିଛି ରଙ୍ଗ ନେଇଆସି 

         ରଖିଦେଲି ପାଶେ 

   କଲମ କହିଲା ଭରିଦେ ମୋତେ 

         ଦେଇ କିଛି ରଙ୍ଗକାଳୀ

   ଶୃଙ୍ଗାର କରିବି ମୁଁ କବିତାର 

          ଦେହେ ବୋଳି

    କବିତା ଲାଗେ ଏବେ

          ସୁରମ୍ୟା ନବବଧୂ ପରି 

    ମଲାଟ ଆଡେଇ ଦେଖେ 

          ଆମୁଖକୁ ମନଭରି।


    ପ୍ରଫୁଲ୍ଲିତ ମନେ ପଲ୍ଲବିତ କେତେ

          ରଙ୍ଗବେରଙ୍ଗର ଫୁଲ

    କିଛି ଫୁଲ ଆଣି ସାଇତିଲି

           ଦେବାପାଇଁ ତାର ମୂଲ 

    ଫୁଲ କହିଲା ଗଢ଼ିଦେ 

           ନେଇ ଆଭୂଷଣ ମୋର

    ପିନ୍ଧେଇବି କବିତାକୁ ଦେଇ

            ନାନାବିଧ ଅଳଙ୍କାର

     ଅଳଙ୍କାର ପିନ୍ଧି କବିତାଲାଗେ

            ନୃତ୍ୟରତା ମୋହିନୀ ପରି

     ତା ମୋହରେ ପାଦମୋ 

            ନାଚେ ଗାଇ ହରିହରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract