STORYMIRROR

ASHIS KUMAR SWAIN33

Classics

3  

ASHIS KUMAR SWAIN33

Classics

ଶ୍ରୀ ଗୁରବେ ନମଃ

ଶ୍ରୀ ଗୁରବେ ନମଃ

1 min
37

  ଜୟ ମା ତାରିଣୀ କୃପା 

   

ସମୟର ଚକ କେବେ ଗଡି ଗଡି ଗଲା 

ଆସିଗଲା ଅପରାହ୍ନ !

ଆମ ଅନ୍ଧାର ଆକାଶେ ଉଭେଇ ଯିବ 

ଜାଜୁଲ୍ୟ ସମ ଏକ ଜହ୍ନ ।।

ସାଧାରଣ ଥିଲା ଏ ବିଦ୍ୟା ପରିସର, 

ଅସାଧାରଣ କରିଦେଇ ଗଲେ !

କାହୁଁ କେତେ ଜ୍ଞାନୀଗୁଣି ଗଢି ହୋଇ 

ତାଙ୍କ ଯଶକୀର୍ତ୍ତି ରଖିଗଲେ।।


ନେହୁରା ହେଉଛି ରେ ତୋତେ, ହେ ନିଷ୍ଠୁର ସମୟ

 ଅଟକି ଯା ଆଉ କିଛି କ୍ଷଣ !!

ମୋ ଗୁରୁଙ୍କ ଅନୁପସ୍ଥିତିରେ 

ମୂର୍ଚ୍ଛିତ ନ ଯାଉ ଏ ଆତ୍ମା ପ୍ରାଣ !

ଅଜ୍ଞାନୀଟିଏ ଥିଲି ଜ୍ଞାନଚକ୍ଷୁ 

ଖୋଲିଗଲା ତାଙ୍କ ସ୍ପର୍ଶେ, 

ଭାବି ତ ନଥିଲି କେବେ 

ଏତେ ସମ୍ମାନ ପାଇବି ଦେଶ ବିଦେଶେ ।।


ଗୁରୁ ଖାଲି ନୁହଁଇ ଏକ ଶବଦ୍ଦ,

ସେ ତ ଅନେକ ପଦର ସମ୍ଭାର

ଜୀବନ ଯୁଦ୍ଧେ ପ୍ରତ୍ୟେକ କ୍ଷଣର,

ସେ ଅଟନ୍ତି ଆଧାର ଓ ଉଦ୍ଧାର ।।


କାନ୍ଦୁଥିଲି ଯେବେ ନୂଆ ପୋଷାକଟିଏ ପାଇଁ,

ଲୁହ ମୋର ପୋଛି କହିଥିଲେ ଦାଣ୍ଡେ

ସମୟ ତୋର ଆସିବରେ ନିଶ୍ଚେ 

ସକ୍ଷମ ହେବୁ ତୁ ଦିନେ !!

ସେଦିନ ପାଉଣରେ ତୋର 

ପିନ୍ଧିବାକୁ ଦେବୁ ନୂଆ ବସ୍ତ୍ର ମୋତେ ଖଣ୍ଡେ ।।


 ଆଣିଛି ଆଜି ଦେବାକୁ ପୋଷାକଟିଏ,

ମୋ ମହାନ୍ ଦାନବୀରଙ୍କ ହାତରେ !!

ଦାନ କରି କରି ଯାହାର ଅବଶୋଷ, 

ନାହିଁ ମନ ଓ ପ୍ରାଣରେ ।।


ଆଖି ଲୁହ ମୋର ବୋଲ ମାନୁ ନାହିଁ 

ଝରିପଡେ ଧାରଧାର 

ଓଃ କି ଭାଗ୍ୟ ମୋର, ମୁଁ ଆଜି ଗାଉଛି 

ଅମୃତଗାଥା ମୋ ଗୁରୁଙ୍କର !!


ଏତେ ସେନେହ, ଯତନ ଆଦର ପାଇବିରେ ଆଉ କେଉଁଠୁ ??

ଲାଗେ ସ୍ୱାର୍ଥର ଏ ମରୁରେ ଜଳ ଯେତେ ଦୂରେ ତୃଷ୍ଣାଠୁ !

ହାତଧରି ମୋର ଲେଖି ଶିଖାଇଲେ,

ହେବିନି ପଛୁଆ କେବେ ଜୀବନ ପରୀକ୍ଷାରେ

ମୋ ଜୀବନର ମାର୍ଗଦର୍ଶକ ସେ

ସବୁ କାରଣଠୁ ବହୁ ଉର୍ଦ୍ଧ୍ବରେ ।।


ଆକାଶୁ ପୁଷ୍ପ ହେଇଯାଉ ବୃଷ୍ଟି,

ମୋ ଗୁରୁଙ୍କ ଶ୍ରୀଚରଣ କମଳେ!

ଏତିକି ପ୍ରାର୍ଥନା ତୋତେ,ମୋର ଆହେ ଜଗାରେ ।।

ଅସରନ୍ତି ଏ ଅମୃତଗାଥା ଗୁରୁଙ୍କ ମୋର, କହୁଥିଲେ ସରିବନି !!

ସୂର୍ଯ୍ୟ ଚନ୍ଦ୍ର ତାରା ଥିବେ ଯେବେ ଯାଏ,

ଗୁରୁଶିଷ୍ୟ ଅମିତ ସମ୍ପର୍କର,ଏ ଦୀପ କେବେ ଲିଭିବନି।।


ଆଶିଷ କୁମାର ସ୍ବାଇଁ

ପୋପରଡା,ଟାଙ୍ଗୀ,କଟକ

ମୋ -୭୦୦୮୧୫୭୮୦୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics