STORYMIRROR

ASHIS KUMAR SWAIN33

Romance

4  

ASHIS KUMAR SWAIN33

Romance

ମୁଁ ଆଉ ତୁମେ

ମୁଁ ଆଉ ତୁମେ

1 min
363

ଜୟ ମା ତାରିଣୀ କୃପା 


   ପଶ୍ଚିମାକାଶେ କ୍ଷୀଣ 

ପରିମ୍ଳାନ ସୂର୍ଯ୍ୟର ଅନ୍ତିମ ଆଭା !

କ୍ଳାନ୍ତ ଏ ଅଙ୍ଗେ ବୋଳା ଗୋଧୂଳି,

ବିଚ୍ଛୁରିତ ବର୍ଣ୍ଣବିଭା ଦୃଶ୍ୟପଟେ,

ଉଦ୍ଭାସିତ ନୀଡ଼ ଫେରନ୍ତା ବିହଙ୍ଗ କାକଳି !!

ଉଦ୍-ବିଗ୍ନମନା ମନ ପ୍ରାଙ୍ଗଣେ, 

ଜାଗୃତି ଇଚ୍ଛା ଇତଃସ୍ତତଃ ସହିବାକୁ

ତୁମ ପ୍ରୀତିର ଅଳିଅର୍ଦ୍ଦଳି ।।


ମନ୍ଦ ମଳୟ ଡାକେ ହାତଠାରି ,

ଚାଲିବାକୁ ସାଥେ ତା'ର ବହୁ ଦୂରେ 

ନ ଥିବ ଯେହ୍ନେ କୋଳାହଳ ସମୟର କ୍ଳେଶ !!

ଅନୁଶାସନ ଶିକୁଳୀ ବନ୍ଧନୁ ମୁକ୍ତ ;

   "ମୁଁ ଆଉ ତୁମେ"

ପ୍ରକୃତି ପ୍ରତିମାରେ ହଜିଯିବା ହୋଇ ତନ୍ମୟ ଚିତ୍ତ ।।


ମର୍ତ୍ତ୍ୟ ସରଗେ ସମ୍ଭାର ଅୟୁତ ପାରିଜାତ

ପ୍ରଣୟ ପ୍ରଗଲ୍ଲଭ ପ୍ରଜାପତିର ଖିଲି ଖିଲି ହସ !

ପାଖୁଡ଼ା ପାଖୁଡ଼ା ଫୁଲ ସିନ୍ଦୁକେ ସାଇତା ଅଭୀଷ୍ଟ ମୁକୁତା

   କଅଁଳ ମୁରୁଜ ଆବିଷ୍ଟେ ମଳିନ,

ପଲକ ନିମିଷକେ ତା ଅସ୍ତିତ୍ଵର ଆୟୁଷ !!

    ବୃନ୍ତଚ୍ୟୁତ ଫୁଲ ଶେଯେ ବସି,

       "ମୁଁ ଆଉ ତୁମେ"

  ଭରିଦେବା ତନ୍ଦ୍ରାବିହୀନ ନୟନେ ଆମର 

     ଜୀବନ୍ତ ସ୍ୱପ୍ନର ଅସରନ୍ତି ଖୁସି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance