STORYMIRROR

ASHIS KUMAR SWAIN33

Romance Tragedy

4  

ASHIS KUMAR SWAIN33

Romance Tragedy

ତୁମେ ଗଲା ପରେ

ତୁମେ ଗଲା ପରେ

1 min
388

    ଜୟ ମା ତାରିଣୀ କୃପା 

       

ଜାଣିନି ମୁଁ ଏ କାହାଣୀ ମିଛ ଥିଲା

କି ଥିଲା ଏକ ସତ 

ନା ଜାଣିଛି ଛଳନାର ଗପ ଥିଲା

କି ଥିଲା ବାହାନା ରହିତ !!

ଆଜି ବି ଚାଲୁଛି ଏକାନ୍ତରେ ମୁଁ ବାଟ ଏକା ଏକା

ତୁମର ସେଇ ଅପେକ୍ଷା ଶବ୍ଦରେ !!

ଆଖିରେ ଆଖିଏ ନିଦ ଥାଇ ବି ମୁଁ ଉଜାଗର,

କେବଳ ତୁମେ ଫେରିବାର ଦୃଢ଼ ବିଶ୍ଵାସରେ..... ।।


କେବେ ଆସି ଥରେ ଦେଖିଯାଅ 

ଭାବପ୍ରବଣତାକୁ ମୋର ସହନଶୀଳତାର ରାଣ ଦେଇ 

ଏମିତି ବୁଝେଇ ଦେଇଛି  

ଯେ,ହୃଦୟର କୋହ ଆଖିର ଲୁହ ହୋଇ 

ବହିଯିବା ବି ଭୁଲିଯାଇଛି !!

କଳଙ୍କିନୀର କାଳିମାକୁ ପାଦରେ ଆଡେଇ, 

ସ୍ମୃତିର ଦାଗକୁ ତୁମର ବିନ୍ଦୁ ବିନ୍ଦୁ ରକ୍ତ ନିଗାଡି 

ଏବେ ବି ରଖିଛି ସାଇତି !! 

କେବଳ ତୁମେ ଫେରିବାର ଦୃଢ଼ ବିଶ୍ଵାସରେ......।।


ତୁମେ ଗଲା ପରେ.…….. 

ପ୍ରତିକ୍ଷଣର ନିଃଶ୍ୱାସ ଜାଣିଛି,

ସଧବାର ବେଶେ ବିଧବାର ଯାତନା 

କେତେ ଯେ ଅସହ୍ୟ ହେଇଛି 

ଦେଖାହେଲେ କହିବି ତୁମକୁ !!

ଅସ୍ତିତ୍ଵକୁ ନିଜର ଲୁଚାଇ ଲୁଚାଇ 

ଜଡ ଶରୀର ସାଥେ ମିଛ ଅଭିନୟ କେତେ କରିଛି !! 

ରଙ୍ଗବେରଙ୍ଗ ଚୁଡ଼ିର ଶବଦେ ଖାଲିହାତର ନୀରବତାକୁ

 ଶୁଣିବାର ଦାରୁଣ କଷ୍ଟ ବି ସହିଛି

 କେବଳ ତୁମେ ଫେରିବାର ଦୃଢ଼ ବିଶ୍ଵାସରେ......।।


ପ୍ରତୀକ୍ଷାର ମୁହୂର୍ତ୍ତ ଏତେ ଲମ୍ବା ହେବ ଜାଣିଥିଲେ,

ଥରୁଟିଏ ହେଉ ପଛେ

ତୁମକୁ ଅଟକାଇ ତ ପାରିଥାଆନ୍ତି !

ହାତରୁ ତୁମର ସିନ୍ଥିରେ, ସିନ୍ଦୂର ପିନ୍ଧିବାର ଅଭିଳାଷାକୁ

ଆଇନା ସାମ୍ନାରେ ବସି କେବେ ସାରି ନ ଥାଆନ୍ତି !!

ତୁମ ଠାରେ ମୋ ପ୍ରତିରୂପର ଶେଷ ପ୍ରତିବିମ୍ବ

ଦେଖିବାର ଇଚ୍ଛା ମୋତେ ମରିବାକୁ ଦେଉନି !!

କେବଳ ତୁମେ ଫେରିବାର ଦୃଢ଼ ବିଶ୍ଵାସରେ......

କେବଳ ତୁମେ ଫେରିବାର ଦୃଢ଼ ବିଶ୍ଵାସରେ........…...।।

                         ଆଶିଷ କୁମାର ସ୍ବାଇଁ 

                       ପୋପରଡ଼ା,ଟାଙ୍ଗୀ,କଟକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance