STORYMIRROR

ASHIS KUMAR SWAIN33

Abstract

4  

ASHIS KUMAR SWAIN33

Abstract

ଶୀତଳ ଚାଦର ତଳେ

ଶୀତଳ ଚାଦର ତଳେ

1 min
375

  

    

ନମ୍ର ନଭର ସ୍ୱଚ୍ଛ ନୀଳ ଦର୍ପଣେ,

ମୁଁହ ଦେଖି ହସେ ଲାସ୍ୟମୟୀ ମହୀ !!

ଶୁଭ୍ର କାକର ମୁକୁତା ବିଛାଡ଼ି ଦେଇଛି ବକ୍ଷେ,

ବଉଦମାଳାକୁ ମେଲାଣି ଦେଇ । ।।୧।।


ପାହାନ୍ତିଆ ଆକାଶେ ଚିତ୍ରିତ,

ସିନ୍ଦୂରଫଟାର ରକ୍ତିମ ଆଲୋକମାଳା 

ଅର୍ଦ୍ଧରାତ୍ରିର ଶୀତଳ ଶେଯେ, 

ଶେଫାଳୀ ରଚେ ବିରହର ରଙ୍ଗଶାଳା !! ।।୨।।


ଶ୍ଵେତ ମରାଳ ଖେଳନ୍ତି ଦୋଳି,

ସୁନେଲି ତଟିନୀ ପ୍ରବାହ କଲ୍ଲୋଳେ !!

ଧୀର ଧୀର ଉତ୍ତରା ସମୀର ପରଶେ,

କ୍ଷୁଦ୍ର ଲୁବ୍ଧ ଫୁରୁଳି କୁରୁଳେ। ।।୩।।


ରଜନୀ ପ୍ରତ୍ୟାଶେ, ଶଶାଙ୍କ ଉଙ୍କିମାରେ

ଢ଼ାଳିବାକୁ ଚୋରା ପିରତି ଜୋଛନା !

ଅକୈତବ ପ୍ରେମ ଲୁଚେ ଶିଶିର ଚାଦରେ, 

ପ୍ରତିକ୍ଷୀତ ତନ୍ଦ୍ରା ସହେ ଉନିଦ୍ର ଯାତନା। ।।୪।।



ଧବଳ କ୍ରାନ୍ତି ବଳୟ ଆଲିଙ୍ଗନେ ଆବଦ୍ଧ,

ଅଳକା ଅଳସୀ ଲାଗଇ ନୃତ୍ୟାଭିସାରିକା !!

ମହୀ ଶିରେ ଶୋଭେ ହୋଇ ଚୂର୍ଣ୍ଣକୁନ୍ତଳ 

ଉପରାଣ ହଳଦୀର ତଳେ ମାରେ ଆଖିମିଟିକା। ।।୫।।



ଶୀତଳ କୋମଳ ସ୍ପର୍ଶେ, ଶିହରୀତ ବନକାନ୍ତାର 

ହୁଏ କଲ୍ଲୋଳିତ ଉଶ୍ୱାସ ପତର ଚଉହଦି 

ଅଂଶୁମାଳୀର ଅନୁଷ୍ଣ ଅଂଶୁକ ଅଜାଡ଼ି ପଡ଼ଇ,

କୁହୁଡ଼ିର କୁହୁକ ଛାୟାପଥ ଭେଦି।।।୬।।


ପାଚିଲା କ୍ଷେତ ଗାଏ ଶୀତ ସ୍ବାଗତ ଗୀତିକା

ସ୍ବର୍ଣ୍ଣାଭ ଚାମର ଦୋଳାଇ ଧୀରେ !

ବିଦେଶୀ ବିହଙ୍ଗ ଆଗତେ ଚିଲିକା ଚଞ୍ଚଳ

ମନର ମାନସ ତୃପ୍ତ ତମସା ତୀରେ। ।।୭।।

                  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract