STORYMIRROR

ASHIS KUMAR SWAIN33

Abstract

4  

ASHIS KUMAR SWAIN33

Abstract

"ସମୟର ବିରାମ"

"ସମୟର ବିରାମ"

1 min
276

 ଜୟ ମା ତାରିଣୀ କୃପା 

            

ଜୀବନ ଉପନ୍ୟାସେ ପରିବର୍ତ୍ତିତ ପୃଷ୍ଠାଟି

ଲେଉଟାଇଲା ବେଳେ,

ଦାୟିତ୍ଵ ବୋଧର ପ୍ରହାର ଓ କର୍ତ୍ତବ୍ୟର ଖଣ୍ଡିକାଶେ, 

ପ୍ରତିଥର ଲିଭୁଥିଲା ହୃଦୟ ଗୋହିରେ ଉଦୀପ୍ତ ଵହ୍ନିଶିଖା !!

ଇଚ୍ଛାମାନଙ୍କୁ ପଛରେ ଛାଡ଼ି

ଆକାଶ ପରି ଫୁଙ୍ଗୁଳା ଦେହେ,

ଆଙ୍କି ଦେଉଥିଲି ଅୟୁତ କ୍ରାନ୍ତିର ରେଖା !

ମୁଣ୍ଡେ ବୋଝର ତୀକ୍ଷ୍ଣଶୀଳା ଲଦି,

ଦାରିଦ୍ର୍ୟତାକୁ କରିଥିଲି ଅନେକବାର ଅଣଦେଖା !

ଥକିପଡ଼ୁଥିବା ସମୟକୁ କହୁଥିଲି ନେବାକୁ ଟିକେ ବିଶ୍ରାମ !!

ନିଜକୁ ନିଜ ଭିତରେ ଖୋଜିବାର ଥିଲା

ଏକ ନିଷ୍ଫଳ ପୂର୍ଣ୍ଣକାମ ।।


ମେଞ୍ଚା ମେଞ୍ଚା ଆକାଂକ୍ଷା ଓ ସ୍ବପ୍ନିଳ ଆଶ୍ଳେଷେ, 

ପ୍ରତୀକ୍ଷାରତ ନୂତନସକାଳ ଚାହିଁଥିଲା 

ଶେଫାଳୀର ଲେଉଟାଣିବେଳା !!

ଉନ୍ମାଦ ମଧୂପ ସମ କଅଁଳ କିରଣେ,

ଢ଼ାଳୁଥିଲା ଅଝଟ ଲୁହର ଲହରୀମାଳା !

ଫାଟି ପଡୁଥିଲା କୋହର ଉଦଗିରଣେ

ସୁସୁପ୍ତି କୋଳେ ଦେଖି ଦେଇ ତାକୁ ??

ଅପାସୋରା ବିସ୍ମୃତିକୁ ଛାତିରେ ଜଡେଇ ଧରି

ଅପେକ୍ଷା କରିଥିଲା ପରିବର୍ତ୍ତନର ସୂର୍ଯ୍ୟୋଦୟକୁ !

ଭାବୁଥିଲା ଅଟକାଇ ପାରନ୍ତା କି ?

ଥରେ ସେ ରାତ୍ରିର ଆଗମନକୁ !!


ଜୀବନ ଜଞ୍ଜାଳେ ଲୀଳା ଲଗାଇ

ମାୟା ମେଖଳା ପିନ୍ଧାଇ,

ପାଦ ଚାପି ଚାପି ଉପସ୍ଥିତ ଆଶ୍ଵାସନାର ଅନେକ

ଆଶାଗୁଡ଼ିଏ ନେଇ !!

ମାଦକଭରା ଯୌବନକୁ ଚୁପକି ଲୁଟିନେବ

ବୟସର ଦ୍ୱାହିଦେଇ !

କି ଆନନ୍ଦ ମିଳୁଛିରେ ତୋତେ, ପ୍ରବଞ୍ଚକ ସମୟ

ଯନ୍ତ୍ରଣାର ଶରଶଯ୍ୟା ପରେ ବି 

କାହିଁକି ହେଉ ଏତେ ନିର୍ଦ୍ଦୟ !!

ଆଉ କିଛି ମୁହୂର୍ତ୍ତର ଅଭିନୟ ମାତ୍ର,

ମଶାଣି ଧୂଆଁର ଚାଦର ଧାରେ 

ରହିଥିବ ପାଉଁଶ ମୁଠାର କୁଡୁମ 

ନିରାଶାରେ ଆଶାର ଆଲୋକ ଖୋଜୁ ଖୋଜୁ,

ସମୟ ନେଇସାରିଥିବ ପୂର୍ଣ୍ଣ ବିରାମ !!

                     ଆଶିଷ କୁମାର ସ୍ବାଇଁ 

                     ପୋପରଡ଼ା,ଟାଙ୍ଗୀ, କଟକ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract