STORYMIRROR

ASHIS KUMAR SWAIN33

Inspirational

4  

ASHIS KUMAR SWAIN33

Inspirational

ପ୍ରବ୍ରଜ୍ୟା

ପ୍ରବ୍ରଜ୍ୟା

1 min
317


    

ପ୍ରମିତି ଅନ୍ଵେଷଣେ ଅବିଶ୍ରାନ୍ତ ପାଦ,

ନା ଲଭଇ କ୍ଳିଷ୍ଟ ,ନା ଲୋଡ଼େ ପୁଷ୍ପିତ ଅୟନ

କାରାମୁକ୍ତ ନଶ୍ୱର ଶରୀର ମାୟାବନ୍ଧନୁ !!

ଉତ୍ତ୍ରସ୍ତ ଆତ୍ମାପକ୍ଷୀ ପ୍ରମୁଦିତ ଚାହିଁ ନୀଳଗଗନ

ସର୍ବ ଆହାର୍ଯ୍ୟ ଶୋଭା ପରିତ୍ୟଜ୍ୟା

ଅନନ୍ତ ମାର୍ଗେ ଅଗ୍ରସର ପରମାର୍ଥି ପ୍ରବ୍ରଜ୍ୟା ।।


ପରବାଦୀ ନିନ୍ଦା କର୍ଣ୍ଣେ ତା'ର ଅଭେଦୀ !

ପରମାତ୍ମା ଅନୁଷଙ୍ଗ ପ୍ରାପତେ ଅଟଳ ତ୍ୟାଗୀ

ଦୁଷ୍କର ଯାତ୍ରାପଥେ ଅତନ୍ଦ୍ର ଚେତନା !!

ଅକ୍ଷୟ ପରିଜ୍ଞାନେ ପ୍ରମତ୍ତ ବୈରାଗୀ

ତ୍ୟାଗ ଏକା ତପସ୍ୱୀର ଅମୂର୍ତ୍ତ ଶଯ୍ୟା

ଦୁଷ୍ପ୍ରାପ୍ୟ ମୋକ୍ଷ ପରିଧାବନେ ପ୍ରବ୍ରଜ୍ୟା ।।


ପଞ୍ଚମହାଭୂତେ ଗଢା ଏ ସ୍ଥୂଳ ଅବୟବ

ଅନାୟାସେ ମହାଶୂନ୍ୟେ ନ ହେଉ ବିଲୀନ ?

ଆତ୍ମତତ୍ତ୍ୱେ ଯେହ୍ନେ ବ୍ୟର୍ଥ ଷଢ଼ରିପୁ ଉର୍ଣ୍ଣା 

ପ୍ରକୃତି ପ୍ରମଥନେ ପ୍ରମୂର୍ତ୍ତାୟନ ଦିବ୍ୟଜ୍ଞାନ !!

ଦିବ୍ୟାତ୍ମା ସଂକଳ୍ପ ସଦା ଅନିନ୍ଦ୍ୟ ପରିଚର୍ଯ୍ୟା

ବୁଦ୍ଧତ୍ଵ ଆତିଶଯ୍ୟ ଅଧିଗମେ ସତୃଷ୍ଣ ପ୍ରବ୍ରଜ୍ୟା ।।

              


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational