STORYMIRROR

ASHIS KUMAR SWAIN33

Tragedy

3  

ASHIS KUMAR SWAIN33

Tragedy

ପତୀତା ପଚାରେ

ପତୀତା ପଚାରେ

1 min
129


     

ମୋ ଶରୀରର ଅନାବୃତ୍ତ ଅଂଶକୁ ଦେଖି

ଉପଭୋଗ କରୁଥିବା 

ଏ ସମ୍ଭ୍ରାନ୍ତ ସମାଜ !

ମୋର ବିବସ୍ତ୍ର ହେବାରେ ଲଜ୍ୟାବୋଧତାର 

ଅଭିନୟ କରେ କାହିଁକି.....?? 

କେବେ କହିନି !!


 ମୋ ଦୁଷ୍କର୍ମରେ ତୃପ୍ତିର 

ତୃଷ୍ଣା ମେଣ୍ଟାଉଥିବା ବିବେକଗୁଡ଼ାର

ମା' ଡାକର ସମ୍ବୋଧନ, 

ପୁଣି କେଉଁ ଅଧିକାରରେ..... ?? 

ତାହା ବି ଜାଣିନି !! 


 ଆଖିରେ ଅନ୍ଧୁପୁଟୁଳି ବାନ୍ଧି,

ଚିତ୍କାରକୁ ମୋର ଶୁଣିପାରୁ ନଥିବା

ଏ ତଥାକଥିତ ପୁରୁଷଙ୍କର

ରକ୍ଷାବନ୍ଧନ ପ୍ରତିଶ୍ରୁତି 

ପୁଣି କାହା ଉଦ୍ଦେଶ୍ୟରେ .....??

 କେବେ ବୁଝିନି !!


କାହିଁକି ଏ ନୀରବତା ସଭିଁଙ୍କ ମୁହଁରେ !!

ଭରିବନି କ୍ଷତ ମୋର

ଦେଖିଦେଲେ ତୁମକୁ ଓଦା ଆଖିରେ !!

ନୁହଁଇ ଜନମ ମୋର ଏ ସଂସାରେ ଜଳିବାକୁ

କାମନା ଜୁଇରେ .....!!

ଝିଅ ବୋଲି ଡାକି ମର୍ଯ୍ୟାଦା ଦେବାର ଦ୍ୱାହିରେ

ଆଙ୍କିଛ କଳଙ୍କର ଚିହ୍ନ ମୋ ଫୁଙ୍ଗୁଳା ଦେହରେ !!

ପୁଣି ଏ ଅଲୋଡା କଷଣ 

ମୋର କେଉଁ ସମ୍ମାନରେ.....??

କାହିଁକି ନୀରବି ଯାଇଛ  ଘୃଣ୍ୟ ମାନସିକତାର

ତଥାକଥିତ ପୁରୁଷମାନେ 

ଟିକେ କହିବ କି ??

ଏ କେମିତିକା ବିଦାୟ

ନା ଅଛନ୍ତି ସାଙ୍ଗସାଥି ନା ପାଟ ଓଢ଼ଣୀ

ପତୀତାର କଳଙ୍କିତ ପରିଚୟେ ଯାଉଛି ବାହୁଡ଼ି

ପତୀତା ..….....??

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy