STORYMIRROR

ASHIS KUMAR SWAIN33

Tragedy

3  

ASHIS KUMAR SWAIN33

Tragedy

କାକର ବିନ୍ଦୁ

କାକର ବିନ୍ଦୁ

1 min
203

   

            

ଏ ସ୍ବପ୍ନ ବି.. ନା........ଏକ ଅପାସୋରା ସ୍ମୃତି

ରାତିର ନୀରବତାରେ ଆଖିକୁ ଖୁବ୍ ଭିଜାଏ

ଆଉ ସକାଳ ହେଲେ ଓଠକୁ ହସିବା ପାଇଁ

ବାଧ୍ୟ କରାଏ.....!!

ହୃଦୟର ଶୂନ୍ୟ କୋଣରେ 

ଆଶାର ଇନ୍ଦ୍ରଧନୁ ଆଙ୍କି.. 

ନିମିଷକେ ଉଭେଇଯାଏ 

ଠିକ୍ ପାହାନ୍ତିର କାକର ବିନ୍ଦୁ ପରି !!!


ଏ ସମୟ ବି...ନା..... 

ଝରଣାର ଚଞ୍ଚଳ ସ୍ରୋତ ପରି !!

ଖୁସିର ମୁହୂର୍ତ୍ତଗୁଡ଼ାକୁ ଜଲଦି ଭସେଇ ନେଇ......

ଆଶଙ୍କାର ଅଥଳ ସାଗରେ 

ଏମିତି ଠେଲିଦିଏ ଯେ....... 

ଯେମିତି ଦିଗହରା ଡ଼ଙ୍ଗାଟି, 

ଅନ୍ଧାର ବୁକୁରେ ତା'ର ଶେଷ ଆଶ୍ରାକୁ.....

ଖୋଜି ବୁଲୁଥାଏ ମିଞ୍ଜି ମିଞ୍ଜି ହୋଇ ଜଳୁଥିବା 

ବତୀଘରର ସେଇ,

ଆଲୋକ ଶିଖାରେ......... 

ହଜିଯାଉଥିବା ପ୍ରତିଶ୍ରୁତିର କିରଣ ବୁନ୍ଦାକୁ....

ଏକାଠି କରୁ କରୁ କାଗଜଫୁଲର

ମନଟି ମିଳେଇଯାଏ 

ଠିକ୍ ପାହାନ୍ତିର କାକର ବିନ୍ଦୁ ପରି....!!!


ଗାଲର ଗାଲିଚା ଦେଇ ବୋହିଯାଉଥିବା

ବୁନ୍ଦା ବୁନ୍ଦା ଲୁହକୁ ତୋଳିନେବାକୁ

ହାତ ଦୁଇଟି ଅନୁମତି ମାଗେ

ଅବିଶ୍ଵାସର ପୂର୍ଣ୍ଣଛେଦକୁ ଧୋଇଦେଇଥିବା

ସେଇ ନିରୀହ ଆଖି ଯୋଡ଼ିକୁ......!!

କଇଁ କଇଁ କାନ୍ଦରେ ବାହାରି ଆସୁଥିବା

ଅସ୍ପଷ୍ଟ ଶବ୍ଦଗୁଡ଼ା କହିଯାଏ

ପ୍ରତାରଣାରେ ପରାସ୍ତ ସମ୍ପର୍କର କରୁଣ କାହାଣୀ...

ବିଚ୍ଛେଦର ଦୂରତାକୁ ଲଂଘି 

ଥକିପଡ଼ିଥିବା ବିବେକ

ପହଞ୍ଚିଯାଏ ଅତୀତର ଅଲିଭାପଟରେ

ମାଗିବାକୁ ନିଃସର୍ତ୍ତ କ୍ଷମା........ 

ଅନିଚ୍ଛାର ଲକ୍ଷ୍ମଣରେଖାକୁ ଡେଇଁ !!

ଯେମିତି କାକରବିନ୍ଦୁଟି ଝରିପଡେ ଆକାଶରୁ 

ଅନେକ ଆସ୍ତରଣର ବାଧାକୁ ପାର ହୋଇ.......!


ଏ ସ୍ବପ୍ନ ବି.. ନା........ଏକ ଅପାସୋରା ସ୍ମୃତି

ରାତିର ନୀରବତାରେ ଆଖିକୁ ଖୁବ୍ ଭିଜାଏ

ଆଉ ନିମିଷକେ ଉଭେଇଯାଏ 

ଠିକ୍ ପାହାନ୍ତିର କାକର ବିନ୍ଦୁ ପରି.... !!

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy