STORYMIRROR

LALIT MOHAN DASH

Abstract Inspirational

4  

LALIT MOHAN DASH

Abstract Inspirational

ଚାହା ପାଇଁ ସାତରଙ୍ଗ

ଚାହା ପାଇଁ ସାତରଙ୍ଗ

1 min
293

ଚାହା ସାତ-ରଙ୍ଗ କହୁଛି ହେ ଭାଇ !

ଏ ବଡ ଗୁମର କଥା,

ନିଜେ ବୁଝି ଯଦି ବୁଝାଇ ପାରିବ

ଉଚ୍ଚରେ ରହିବ ତଥା ।୧)

ରବିବାର ଦିନ ଅଦାମିଶା ଚାହା

ଉଠିଲା ପରେ ପିଇବ,

ଯେତେ ବିଳମ୍ବରେ ଉଠ ପଛେ ତୁମେ

ସବୁ କାମ ସାରିଦେବ ।୨)

ସୋମବାର ଦିନ ଗୁଜୁରାତି ଚାହା

ମଙ୍ଗଳେ ଲବଙ୍ଗ ମିଶା,

ପିଇଥିବ ଯଦି ଅଫିସର କାମ

ହୋଇବ ଫସରଫସା ।୩)

ବୁଧବାର ଗୋଲମରିଚ ମିଶାଇ

ଖାଣ୍ଟିକ୍ଷୀରେ ଗୁରୁବାର

ପିଇଲେ ସେ ଚାହା ଫାଇଲ୍ କାମକୁ

ଲାଗିବନି ଜମ୍ମା ଡର ।୪)

ଶୁକ୍ରବାର ଦିନ ଡାଲିଚିନି ଗୁଣ୍ଡ

ମିଶାଇବ ଚାହା ସଙ୍ଗେ,

ଶନିବାରେ ଲେମ୍ବୁ ମିଶା ନାଲି ଚାହା

ପିଇବ ଅତି ସରାଗେ ।୫)

ସାତ ଦିନ ପାଇଁ ସାତ-ରଙ୍ଗି ଚାହା

ସବୁ ଦିନେ ନୂଆ ନୂଆ,

ପିଉଥିବ ଯଦି ଅଫିସ କାମରେ

କେବେ ହେବନାହିଁ ବାୟା ।୬)

ବନ୍ଧୁ ଗହଣରେ ଚାହା ପିଉଥିବ

କରୁଥିବ ଖୁସି ଗପ,

ଗୋଲାପ ପାଖୁଡା ମିଶାଇବ ଯଦି

କମିଯିବ ସବୁ ଚାପ ।୭)

ଶ୍ରୀମତୀଙ୍କୁ ଯଦି ପିଆଇ ପାରିବ

ତୁମରି ହାତର ଚାହା,

ଧନ୍ୟ ହୋଇଯିବ ଜୀବନ ତୁମର

ମିଳିବରେ ବାହା ବାହା ।୮)

କାଳିଆ ସାଆନ୍ତ ଭଲ ପାଇଥାନ୍ତି

ଭାବ-ଭକତିର ଚାହା,

ପିଆଇ ପାରିଲେ ଧନ୍ୟ ଏ ଜୀବନ

ସବୁଠି ମିଳିବ ରାହା ।୯)

ଚାହା ନିନ୍ଦୁକଙ୍କୁ କହିବନି ଏହା

ଅଵିଶ୍ବାସୀଙ୍କୁ ନ କୁହ,

ତୁମେ ଜାଣିଥିଵ ବେଙ୍ଗ ପେଟରେ

ହଜମ ହୁଏନି ଘିଅ ।୧୦)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract