STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ଘେନ ଅରଘ

ଘେନ ଅରଘ

1 min
338


ଘେନ ଗୋବର୍ଦ୍ଧନ ଭକ୍ତି ଅରଘ

ଘାରିଲାଣି ଘନ ଆପଦ ମେଘ

ଘଟେ ଅଘଟଣ ଉପାୟ ମୋଘ

ଘଟେଶ କରି ଆଶିଷ ଅମୋଘ

ଘେରିଦେ ପଘା

ଘୋଷାରି ନେ କରି କିଞ୍ଚିତ ନୀଘା ।


ଘୁରି ବୁଲେ ଧରି ଭକ୍ତି ମହୋଘ

ଘୋର ଜଞ୍ଜାଳ କୁ ମାର୍ଗ ସୁଦୀର୍ଘ

ଘାଣ୍ଟି ହୁଏ କରି ମାୟା କୁ ନୀଘା

ଘରୁଆ ପଣ କୁ ଅଛିଡ଼ା ପଘା 

ଘାଟ କୁ ଲଙ୍ଘି

ଘୁରି ବୁଲେ ମାୟା ମୋଦକ ଶୁଙ୍ଘି ।


ଘର ଭୁଆଶୁଣି ରଖିଛି ନୀଘା

ଘରପୋଷା ଗାଈ ଲୋଡ଼ୁଛି ପଘା

ଘିଅ କର୍ପୂର ର ସୁବାସ ଶୁଙ୍ଘି

ଘର ବାହୁଡା କୁ ବସିଛି ଉଙ୍ଘି 

ଘୋର ଅଲଂଘ୍ୟ

ଘଟଣା ଘେରା ଏ ଜୀବନ ଶ୍ଲାଘ୍ୟ ।


ଘୋର ଘର ମୋହ ମମତା ଲଙ୍ଘି

ଘୁରା ଚନ୍ଦନ ତୋ ସୁବାସ ଶୁଙ୍ଘି

ଘର ବାଡ଼ ଡେଇଁ ଘୋଷାରି ପଘା

ଘୋଷରା ପାଦକୁ ନକରି ନୀଘା 

ଘେନ ଅରଘ

ଘନ ମୁଁ ମାତ୍ର ତୁ ଘୋଟିଲା ମେଘ।


ଘୋର ଶୀତ କୁ ଯେହ୍ନେ ମାସ ମାଘ

ଘନ ଘନ ଯଦି ବରଷେ ମେଘ

ଘାଟ ଡେଇଁ ପାଣି କୂଳକୁ ଲଙ୍ଘି

ଘରେ ପସେ ଯଦି ବନ୍ଧ ଉଲଙ୍ଘି

ଘନିଆଁ ମେଘ

ଘାତ ହର କରି କୃପା ଅମୋଘ ।


ଘ.. ଅନ୍ତେ ଆଦ୍ୟେ ରୋପିଛି ଘ..

ଘେନି ସୁଧୀଜନେ ଭକ୍ତି ଅରଘ

ଘେନ କୃପା କରି ଏ ପଦ ଦୀର୍ଘା

ଘେନାକରି ଗୁଣୀ ରଖିବ ନୀଘା

ଘଟଣା ଲଘୁ

ଘନ ଆପଦୁ ଉଦ୍ଧର ହେ ରଘୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract