ମନଟା ମୋ ଲାଗେ
ମନଟା ମୋ ଲାଗେ
ମନଟା ମୋ ଲାଗେ ଅଡ଼ୁଆ ଅଡ଼ୁଆ ବୁଝି ହେଉନାହିଁ କିଛି , ଧୂଆଁ ଧୂଆଁ ଦିଶେ ଆକାଶଟା ସାରା ସୁରୁଜ ଯିବ କି ଘୁଞ୍ଚି ! ଏ କେଉଁ ପିପାଷା ବିଜୟର ଆଶା ପରାକ୍ରମ ପରିଚୟ , କବଳିତ କରେ ସକଳ ସଂସାର ସବୁରି ଆଖିରେ ଭୟ । ବିନାଶର ନିଆଁ ପାଉଁଶ କରୁଛି ବିକାଶରୁ କିଛି କିଛି ।। ଯା' ପାଶେ ଯା' ଅଛି ପ୍ରକୃତି ସମ୍ପଦ ସେ ସାରା ଜଗତ ଲାଗି ଏକଛତ୍ରବାଦ ପ୍ରଭୁତ୍ତ୍ୱ ପ୍ରଭାବ ଆତ୍ମସ୍ୱାର୍ଥ ସିଦ୍ଧି ତେଜି ଜଗତ କଲ୍ୟାଣ ହେତୁ ହୁଅ ବ୍ରତୀ ବିଶ୍ୱ ଶାନ୍ତି ଚିତ୍ତେ ପାଞ୍ଚି ।। ଇରାନ ହେଉ ବା , ଅବା ଇଜ୍ରାୟେଲ କି'ବା ହେଉ ଆମେରିକା ବାରୁଦରେ ନିଆଁ ଲଗେଇ ରଚନ୍ତି ପ୍ରଳୟର ବିଭୀଷିକା ନିରବ ଦର୍ଶକ ପରି ସାରା ବିଶ୍ୱ କାହିଁକି ଦେଖୁଛି ବସି ।। ଅଧିକାର ଯେତେ ଥାଏ ଯାହା ପାଶେ ଦାୟିତ୍ୱ ସେତିକି ରହୁ , ଜଗତ କଲ୍ୟାଣ ନିମିତ୍ତ ବିଧାନେ କର୍ତ୍ତବ୍ୟ ନିର୍ବାହ ହେଉ । ନୋହିଲେ ବିନାଶ ଗ୍ରାସିବ ଅବଶ୍ୟ ମନେ ଆଶଙ୍କା ଜାଗୁଛି ।। ମନଟା ମୋ ଲାଗେ ଅଡ଼ୁଆ ଅଡ଼ୁଆ ବୁଝି ହେଉନାହିଁ କିଛି ।।
