ପ୍ରିୟା ତୁମେ
ପ୍ରିୟା ତୁମେ
ଆକାଶରୁ କିଛି ନୀଳିମା ଆଉ
ସାଗରରୁ କିଛି ଗଭୀରତା
ଲୁଚେଇ ରଖିଛ ଆଖିତଳେ ତୁମ
ଢାଙ୍କି ଦେଇ ତୁମ ଆଖିପତା
ପ୍ରିୟ ଗୋ.........ତୁମେ ମୋ.....
ମନ ଗଗନର ନିହାରିକା ।।
ତୁମେ ଖୋଲିଦେଲେ ଆଖି ପଦୁଅଁ ପାଖୁଡା
ଆପେଆପେ ଦୋଳେ ଧିରେ ଧିରେ
ନୀଳ ସରସୀ ଅଳସ ଭାଙ୍ଗେ ବାହୁ ତୋଳି
ମନ୍ଦ ତରଙ୍ଗ ଉଛୁଳେ ଜଳଧାରେ
ମାତଙ୍ଗ ମତ୍ତ ମାଦକ ନିଶା ବୋଳି
ଚହଲେଇ ଯାଏ ଭାବପ୍ରବଣତା
ପ୍ରିୟା ଗୋ............ତୁମେ ମୋ....
ମନ ଗଗନର ନିହାରିକା ।।
ଅବନୀକୁ ଅବଲୋକି ମିଳନକୁ ଆମ
ଅତି ଅଧିର କରୁଛ ଜାଣିଜାଣି
ପ୍ରୀତି ଆଲିଙ୍ଗନ ଲାଗି ଆମନ୍ତ୍ରଣ ତୁମ
ଭରେ ଉତ୍ତେଜନା ଚିତ୍ତେ ପୁଣିପୁଣି
ଚାତକ ତୃଷା କୁ ବାରିଧାର ଆଶା
ତୁପ୍ତ କର ପ୍ରୀତିମୟୀ ମଦାଳସା
ପ୍ରିୟା ଗୋ.........ତୁମେ ମୋ.......
ମନ ଗଗନର ନିହାରିକା ।।

