STORYMIRROR

Dr Baman Chandra Dixit

Romance

4  

Dr Baman Chandra Dixit

Romance

ପ୍ରିୟା ତୁମେ

ପ୍ରିୟା ତୁମେ

1 min
17

ଆକାଶରୁ କିଛି ନୀଳିମା ଆଉ
            ସାଗରରୁ କିଛି ଗଭୀରତା
ଲୁଚେଇ ରଖିଛ ଆଖିତଳେ ତୁମ
            ଢାଙ୍କି ଦେଇ ତୁମ ଆଖିପତା 
ପ୍ରିୟ ଗୋ.........ତୁମେ ମୋ.....
      ମନ ଗଗନର ନିହାରିକା ।।

ତୁମେ ଖୋଲିଦେଲେ ଆଖି ପଦୁଅଁ ପାଖୁଡା
             ଆପେଆପେ ଦୋଳେ ଧିରେ ଧିରେ
ନୀଳ ସରସୀ ଅଳସ ଭାଙ୍ଗେ ବାହୁ ତୋଳି
             ମନ୍ଦ ତରଙ୍ଗ ଉଛୁଳେ ଜଳଧାରେ
ମାତଙ୍ଗ ମତ୍ତ ମାଦକ ନିଶା ବୋଳି
             ଚହଲେଇ ଯାଏ ଭାବପ୍ରବଣତା 
ପ୍ରିୟା ଗୋ............ତୁମେ ମୋ....
       ମନ ଗଗନର ନିହାରିକା ।।

ଅବନୀକୁ ଅବଲୋକି ମିଳନକୁ ଆମ
              ଅତି ଅଧିର କରୁଛ ଜାଣିଜାଣି
ପ୍ରୀତି ଆଲିଙ୍ଗନ ଲାଗି ଆମନ୍ତ୍ରଣ ତୁମ
           ଭରେ ଉତ୍ତେଜନା ଚିତ୍ତେ ପୁଣିପୁଣି
ଚାତକ ତୃଷା କୁ ବାରିଧାର ଆଶା
           ତୁପ୍ତ କର ପ୍ରୀତିମୟୀ ମଦାଳସା
ପ୍ରିୟା ଗୋ.........ତୁମେ ମୋ.......
 ମନ ଗଗନର ନିହାରିକା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance