STORYMIRROR

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Romance Classics

4  

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Romance Classics

ୟେ ଶୀତ !

ୟେ ଶୀତ !

1 min
376

ହେମନ୍ତର ପରଶରେ ଦରୋଟି ହସେ

ଗଙ୍ଗଶୀଉଳିର ଗନ୍ଧରୁ ଝରେ

ଅନୂଢା ନାୟିକା ପରି

ବୃକ୍ଷ ପତରରୁ 

ବୁନ୍ଦା ବୁନ୍ଦା କାକର

ଶୀତଳ କୌମାର୍ଯ୍ଯର ଉଦ୍ଦିପନା

ଥୋପ ଥୋପ ନିଗାଡେ

ୟେ ଶୀତ!

ପଲ୍ଲୀ ପୋଖରୀରେ ଲହଡି ଖେଳେ

ବଣ ବଗିଚାର ଛାଇରେ 

କିଆବୁଦା ଉହାଡରେ 

ମନ ଭରି ଖେଳେ

ଶୋରିଷ ଫୁଲର 

ହଳଦି ରଂଗ ଓଢଣି ଉଡାଇ

ଜକ ଜକ ଦିଶେ

ୟେ ଶୀତ !

ଚାଳ ଓଳିତଳେ ଟହଲମାରେ

ପଖାଳ କଂସାରେ ଚହଲେ

ଗାଁ ପାଖ ପରବତରେ ନିଇତି ଜଗି ବସେ

ନଇର ମନ୍ଥର ପାଣିରେ

ଗମ୍ଭୀର ଗତି କରେ 

ୟେ ଶୀତ !

ବୁଢା ବାପାଙ୍କ ଅଷ୍ଟାଙ୍ଗ ଶରୀରରେ

କମ୍ପନ କରେ

ନବ ବଧୂର ଗାଧୁଆ ତୁଠରେ

ନିର୍ଭିକ ହୋଇ ଗରଜେ

ଗାଁ ମନ୍ଦିରର ଶଂଖ ଧ୍ବନିକୁ

ବିଳମ୍ବରେ ଶୁଣାଏ

ୟେ ଶୀତ !

ଶୀତଳ ତାତିରେ

ସମ୍ଭୋଗ ରାତିରେ

ପ୍ରଣୟରେ ଲିପ୍ତ ରହି ନିଇତି ମହକେ

ୟେ ଶୀତ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance