STORYMIRROR

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Children

3  

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Children

ଆସ ! ଆସ !

ଆସ ! ଆସ !

1 min
297

ଆସ କୁନା ମୁନା ଦେଶ ଭବିଷ୍ଯ

ଜ୍ଞାନ ହିଁ ଜୀବନ ପଥ ପ୍ରକାଶ

ପଢିବା ସଅଳ ପ୍ରଥମ କରି

ପାଠ ବହି ଖାତା କଲମ ଧରି

ତେବେ ଗଢିବା ମିଶି ଆମରି ଦେଶ

ସବୁରି ମୁହଁରେ ରହିବ ହସ।

ଆସ ରେଣୁ ବେଣୁ ସୁନ୍ଦର ତୂଳୀ

ଗଛ ଲଗାଇବା କର୍ତ୍ତବ୍ଯ ଭାଳି

ପ୍ରକୃତିକୁ ଦେବା ସବୁଜ ବେଶ

ସଫା ରହିବ ତେବେ ୟେ ପରିବେଶ

କାଟିବା ନାହିଁ କେବେ ବୃକ୍ଷ ବନାନୀ

ନୋହିଲେ ହୋଇବ ରୁଗ୍ଣ ଧରଣୀ।

ଆସ ଅଂଶୁ ବାସୁ ଟିକି ଚଢେଇ

ତୁମେ ତ ଦେଶର ଭାବି ବଢେଇ

ତୁମରି ପାଦରେ ଦେଶ ଚାଲିବ

ଯେବେ ତୁମେ କୁଶଳା ଶିକ୍ଷିତ ହେବ

ୟେ ଭାରତ ଆମ ଭାରି ସରସ

ଆମ ପୂର୍ବ ପୁରୁଷଙ୍କ ଭାରି ସାହାସ।

ଆସ କଢି ବୁଢି ଫୁଲ ପସରା

ସଂସ୍କାର ସଂସ୍କୃତିର ଗୌରବ ଧାରା

ଏଠି ପୂଜା ଯାଏ ନାରୀ ଗରିମା

ନାରୀର ଅଟଇ ଅପାର ମହିମା

ତୁମେ ମୀରା ରାହୀ ଲକ୍ଷ୍ମୀବାଇ

ତୁମଠୁ ଶ୍ରେଷ୍ଠ କେ ଜଗତେ ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children