STORYMIRROR

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Classics

3  

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Classics

ପ୍ରେମ

ପ୍ରେମ

1 min
200

ପ୍ରେମରୁ ଆରମ୍ଭ ପ୍ରେମରୁ ସମ୍ଭବ

ପ୍ରେମ ଜୀବନ ସମ୍ବଳ

ଏ ଜୀବନ ଆଉ କିଛିତ ନୁହଇ

ପ୍ରେମପୁଞ୍ଜ ମହା ବଳ।

ପ୍ରେମ ସୃଷ୍ଟି ରସ ପ୍ରେମ ହିଁ ସରସ

ପ୍ରେମ ବିନା ସବୁ ମାଟି

ପ୍ରେମ ପୟୋଧିର ସୁଧାକୁ ବାଣ୍ଟିଲେ

ନ ସରେ ପୁରଇ ଅଣ୍ଟି।

ପ୍ରେମ ପୂତ ଦୁଇ ଆଖି ବାପା ମାଆ

ଜ୍ଞାନ ଗୁରୁ ପ୍ରେମ ଆଶୀର୍ବାଦ

ଦେଶ ପ୍ରେମ ବଳିଦାନୀଙ୍କ ପ୍ରାର୍ଥନା

ଭାଷା ପ୍ରେମରୁ କବି ସେବିତ।

ବାସନା ଅସନା ଅଭଦ୍ରତା ଯାତନା

ପ୍ରେମ ନାମେ ଅପବାଦ

ପ୍ରେମ ପୁଣ୍ଯ ପାରସ ପରଶ ପ୍ରଭାବେ

ଲଭେ ଅକିଞ୍ଚନ ବଡ ପଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics