STORYMIRROR

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Abstract Action

4  

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Abstract Action

ବର୍ଷାର ଅବଶୋଷ!

ବର୍ଷାର ଅବଶୋଷ!

1 min
162

ବର୍ଷା ହେଲେ ବତୁରି ଯାଏ

ନିଦାଘ ନିଆଁରେ

ପୋଡି ଯାଇ ଥିବା ମାଟି ।

ନିରବତା ତେଜି ଖରସ୍ରୋତା ନଈ

ଲୟବଦ୍ଧ ହୋଇ 

ଖୋଜେ ସମୁଦ୍ରକୁ 

ନିଜ ପୁରୁଣା ପଥରେ 

ପାଦ ଥାପି ଥାପି ।

ସହଜେ ସେ ଭୁଲିଯାଏ

ଅସୁୟା ଅତୀତକୁ

ନିଜ ଧର୍ମକୁ ସାଉଁଟି ନିଏ

ରଖେ ଆଦରେ ସାଇତି ।

ନୁଖୁରା ବଣ ପରବତ

ଟାଙ୍ଗରା କୁଦି କୁଦ

ଆଁ ମେଲା ତୃଷ୍ଣାର୍ତ୍ତ କ୍ଷେତ

ପଛ କଥାକୁ ପଛେ ପକାଇ 

ଶ୍ଯାମଳ ଶାଢିରେ ଦିହକୁ ସଜାନ୍ତି

ତିଳେ ବି ନ ରଖି

ମନରେ ଖେଦ ।

ଝରଣାକୁ ରାସ୍ତା ଦେଇ ଦିଏ

ନିଷ୍ଠୁର ପଥର

ଥୁଣ୍ଟା ବୃକ୍ଷରେ କଅଁଳି ଯାଏ 

ପୁଣି ପତର,

ଧରିତ୍ରୀର ଶୋଷନିଏ ଅବକାଶ

ସାରା ଜୀବ ପନ୍ତି 

କରନ୍ତି ସହର୍ଷେ ବସବାସ ।

ଧୋଇଯାଏ ନାଳ ନର୍ଦ୍ଦମାର ଜିଦ୍ଖୋର୍ ମଇଳା

ପୁରିଯାଏ ନଦ ନଦୀ ପୁଷ୍କର ।

ହେଲେ-

ଯେତେ ଝରିଲେବି ଆଷାଢ

ଆଉ ଶ୍ରାବଣର ଲମ୍ବା ଝଡ

ଧୋଇ ପାରେ ନାହିଁ 

ମଣିଷ ହୃଦୟୁ କଳଙ୍କ ଶିଉଳି

ମନରୁ ମଇଳା

ଧସେଇ ପାରେ ନାହିଁ 

ହିଂସା ଦ୍ବେଷର ପାହାଡ

ବୋହି ଚାଲିଛି ଖାଲି ସେ

ପ୍ରତିହିଂସାର ବୋଝ ଧରି କୁଢ କୁଢ ।

ତଥାପି ସେ ବର୍ଷା

ବାରମ୍ବାର ଆସେ

ବାର ବାର ବୁଝାଏ ସୁଝାଏ

କିନ୍ତୁ ଜାଣି ଶୁଣି ବି 

ବୁଝି ପାରୁନାହିଁ ମଣିଷ

ତେଣୁ ୟେ ବର୍ଷା

ସହି ଚାଲିଅଛି ଖାଲି

ହେଲେ

କହେ ନାହିଁ କାହାକୁ ନିଜ ଅବଶୋଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract