STORYMIRROR

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Romance Thriller

4  

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Romance Thriller

ମଲାଟ ମଥାରେ ସ୍ବର୍ଣ୍ଣ ଅକ୍ଷରୀ!

ମଲାଟ ମଥାରେ ସ୍ବର୍ଣ୍ଣ ଅକ୍ଷରୀ!

1 min
341

ତୁମେ ମୋ ହୃଦୟର

ଗମ୍ଭୀର ସାଗରେ

ନିତି ନାଚୁଥିବା ଜଳପରୀ।

ତୁମେ ମୋ ମନ ମହାକାଶେ

ସ୍ଥାୟୀ ବିଦ୍ଯମାନ 

ଏକ ଆନମନା ପୂର୍ଣ୍ଣ ଚନ୍ଦ୍ରିକା

ମୋହକ ହିତ ଚାତୁରୀ।

ତୁମେ ମୋ ନିଶ୍ବାସରେ

ତୁମେ ମୋ ବିଶ୍ବାସରେ

ଭିତରେ ବାହାରେ

ସଦାସନୀ ମୋ ଆଖି ଡୋଳାରେ

ହେ ପ୍ରେମ ସୁରଭୀ ପୂଣ୍ଯ ସରି।

ତୁମେ ଭାବର ଭିତିରି ରହସ୍ଯ

ମୋ ପ୍ରେମ ନାବର ବୟସ

ଏକ ଅବୁଝା ଗଣିତ ପରି

ସମୟ ଲିଭାଇ ପାରେ ନାହିଁ 

କରିଣ ଶତ ବଇରି

ତୁମେ ଲେଖି ହୋଇ ରହିଛ

ଅଦୃଶ୍ଯରେ

ମୋ ପ୍ରେମ କବିତା ବିହିର

ମଲାଟ ମଥାରେ ସ୍ବର୍ଣ୍ଣ ଅକ୍ଷରୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance