Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradesh Pratyush

Romance Classics Others

4  

Pradesh Pratyush

Romance Classics Others

ଜୀବନ ସାଥି

ଜୀବନ ସାଥି

1 min
380


ଲୁହ ପରି ନିଜର ବୋଲି ତ

ତୁମକୁ ସବୁବେଳେ ନିଜର କରିଛି ...

ସମର୍ପଣର ସେହି ମହାର୍ଘ ମୋହକୁ

ତୁମଠାରେ ସମର୍ପି -

ମୁଁ ଦୁନିଆଁ ଦାଣ୍ଡରେ ତୁମର ପରିଚୟରେ ବଞ୍ଚିଛି ।


ସୁଖ ଦୁଃଖ

 ହସ କାନ୍ଦର ଏକ ଜୀବନ ...

ତୁମ ସିନ୍ଦୂର ମୋ ମଥାରେ ଆର୍ଶୀବାଦ

ମୁଁ ପୂଜାରିଣୀ ତମେ ଦେବତା ମୋର

ତୁମ ପ୍ରୀତିରେ ପ୍ଲାବିତ ମୋର ସମଗ୍ର ନିଶ୍ଵାସ ।


ତୁମେ ଦେଇଥିବା ବିଶ୍ୱାସରେ

ମୋର ଅୟୁତ ଅୟୁତ ସ୍ଵପ୍ନ...

କେତେବେଳେ ମୁଁ ପ୍ରୀୟାରୁ ପ୍ରେୟସୀ

କେତେବେଳେ ରୂପବତୀ ରାଜଜେମା

ତୁମ ଶ୍ରଦ୍ଧା ଓ ଆସ୍ପର୍ଦ୍ଧାରେ ଖୁବ୍ ରଙ୍ଗୀନ ମୋ ଜୀବନ ପୃଥିବୀ ।

  



Rate this content
Log in

Similar oriya poem from Romance