ମିଛ ପ୍ରଣୟ
ମିଛ ପ୍ରଣୟ
ସବୁଠୁ ବଳିଗଲା ତୁମ ବିଚ୍ଛେଦର ଦୁଃଖ !
ଆଜି ବି ମୁଁ ଭୁଲି ପାରୁନି
ତୁମେ ମୋତେ ଶେଷ ବିଦାୟ ଦେଇ ଯାଉଥିଲ...
ବସ୍ ଆଗକୁ ଆଗକୁ ଗଡ଼ି ଚାଲିଲା
ତୁମେ ହାତ ହଲେଇ ମୋତେ ଚାହିଁ ଥିଲ ଝରକାରେ -
ମୋତେ ଲାଗୁଥିଲା ମୋ ହୃଦୟରୁ କିଏ ଯେମିତି
ଚାଲି ଯାଉଛି !
ମୁଁ ଅଣନିଃଶ୍ବାସୀ ହୋଇ ଯାଉଛି...
ସେଦିନ ବୁଝି ପାରିନଥିଲି ସେହି ମୁହୂର୍ତ୍ତକୁ ।
ଦୁଇ ଦିନ ପାଇଁ ଯାଉଥିଲ ଘରକୁ ...
ସବୁଦିନ ପାଇଁ ରହିଯିବ ବୋଲି ତା ବୋଧେ ଥିଲା ସଙ୍କେତ !
ସବୁଠୁ ବେଶି ଦୁଃଖ ଦେଲା ତୁମ ମିଛ ପ୍ରେମ !
ଆଜି ବି ମୁଁ ନିଜକୁ ପଚାରୁଛି
ଭୁଲ୍ କେଉଁଠି ରହିଲା ମୋର ...
ଏକାଠି ବସି ଖାଇବା
ସାଇକେଲ ପଛରେ ବସି ଯିବା
ଗୋଟେ ଛତା ତଳେ ଦୁହେଁ ବର୍ଷାକୁ ଚାଲେଞ୍ଜ କରିବା-
ଖୁବ୍ ଅଭୁଲା ସେ ସମୟ !
ତୁମ ପାଇଁ ଏସବୁ ହୋଇପାରେ ମିଛ ମରୀଚିକା ..
ମୁଁ କିନ୍ତୁ ଜୀବନର ସେ ଜୀବନ୍ତ କ୍ଷଣ
କରେ ନିତି ଅଙ୍କ କଷା ।
ଗୋଟିଏ ପ୍ରୀତି ପାପ କରିଦେଇ
ମିଛ ପ୍ରଣୟ ରଚିଲ
ଗୋଟିଏ ଆଶା ଭାଙ୍ଗି ଦେଇ ତୁମେ
କେଉଁ ଖୁସି ପାଇଁ ଚାଲିଗଲ ।