STORYMIRROR

Pradesh Pratyush

Inspirational Others

3  

Pradesh Pratyush

Inspirational Others

ମୋ ଗାଁ

ମୋ ଗାଁ

1 min
211

ଯେତେ ଦୂର ଗଲେବି ଯେଉଁଠି ରହିଲେ ବି

ମୋ ଗାଁ ପରି ଗାଁ କେଉଁଠି ପାଇନି

ସବୁଠୁ ନିଆରା ସବୁଠୁ ସୁନ୍ଦର 

ମୋ ଗାଁ ପରି ଗାଁ ନାହିଁ ।।


ସମୟ ସୁଅରେ ଭାସି ଯାଇଛି

ଗାଁର ସେହି ପୂରୁବ ଚେହେରା

ମାଟି ଘର ଏବେ କୋଠା

ପକ୍କା ପାଲଟିଛି ସେ ଖାଲ ଖମାର ରାସ୍ତା ।


କୃଷକ ଏବେ ଚାଷ କରୁନି 

ଭାଙ୍ଗି ଦେଲାଣି ଗୁହାଳ

ଗାଁ ଯୁବକ ପରଦେଶୀ ହେଲେ

କରିବାକୁ ଅର୍ଥ ରୋଜଗାର ।


ରଜ ମଉଜ ଜମୁନି ଆଉ 

ଗାଁ ଝିଅ ଏବେ ଆଧୁନିକା

ପୁରୁଖା ଲୋକ ଚାଲି ଗଲେଣି

ନୂଆ ପିଢ଼ିର ଏ ଜମାନା।


ମନେପଡିଲେ ପିଲାଦିନ

ଆଖିରୁ ଲୁହ ଝରେ

କୁଆଡେ ଗଲା ମୋ ସେ ଗାଁ

ଯା ଶାକ ତଣ୍ଡୁଳ ରକ୍ତ ବହୁଛି ମୋ ଦେହେ । 


ତଥାପି ମୋ ଗାଁ ମୋ ମାଆ 

ତାକୁ କେବେ ଭୁଲି ପାରିବିନି

ଯାହା ବି ହେଉ ଯେମିତି ହେଉ

ସେ ପବିତ୍ର ଧାମଟେ ମୋ ପାଇଁ ।


ଯେତେ ଦୂର ଗଲେବି ଯେଉଁଠି ରହିଲେ ବି

ମୋ ଗାଁ ପରି ଗାଁ କେଉଁଠି ପାଇନି

ସବୁଠୁ ନିଆରା ସବୁଠୁ ସୁନ୍ଦର 

ମୋ ଗାଁ ପରି ଗାଁ ନାହିଁ ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational