STORYMIRROR

Pradesh Pratyush

Romance Others

3  

Pradesh Pratyush

Romance Others

ଭଙ୍ଗା ହୃଦୟ

ଭଙ୍ଗା ହୃଦୟ

1 min
188

ବନ୍ୟା ପରର ସ୍ଥିତି ପରି ଏବେ

ଆମ ଭିତରର ଦୂରତା 

ଦୈନିକ ଜୀବନ - 

ଲାଗୁଛି ହାଲକା ହାଲକା  


ଜାଣିଛି କେବେ ହେବନି ଭେଟ...ଆମର !


ମୁଁ କେବେ ଆଉ ଚାହୁଁନି

ସେହି ଅତୀତ ପୃଷ୍ଠାକୁ ପଢ଼ିବାକୁ

ଭାବନା ଯେବେ କଡ଼ ଲେଉଟାଉଛି –

ଯନ୍ତ୍ରଣା ଲହଡ଼ି ଭାଙ୍ଗୁଛି ହୃଦୟରେ ...


ସେହି ଦିନ ଓ ପ୍ରେମ ଥିଲା କିନ୍ତୁ ସ୍ୱତନ୍ତ୍ର ଓ ନିଆରା !

ଯେବେ ବି ଇଚ୍ଛା କରିଛି 

ଆଉ ଏକ ସଂପର୍କ ଯୋଡ଼ିବାକୁ 

ତୋର ସେହି କଥା ମନେପଡ଼ିଛି ...


ତୋର ରାଗ ରୁଷା ଅଭିମାନ 

ରାଣ ନିୟମ ସବୁ ପାଣିର ଗାର ....!


ହୃଦୟକୁ ଦଳି ଚକଟି ଉଜାଡ଼ି ଦେଲାପରେ 

ଆଉ କଣ ରହିଲା ! 

ତୋର ହୃଦୟ ସତରେ କଣ ରକ୍ତ ମାଂସରେ ଗଢ଼ା


ଯେତେ କେଉଁଠି ପ୍ରତାରକ କଥା ଶୁଣେ

ତୋ ଛବି ପ୍ରତିଭାତ ହୁଏ ଆଖି ଆଗରେ

 ଯେତେ କେଉଁଠି କିଏ ରାଣ ନିୟମର ସଂଜ୍ଞା ବୁଝାଏ 

ତୋ ଓଠର ସେ ଛଳନାର ଶବ୍ଦ ଗୁଡ଼ା କାନରେ ଗୁଞ୍ଜରିତ ହୁଏ ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance