Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradesh Pratyush

Romance

3  

Pradesh Pratyush

Romance

ସଂପର୍କର ଦୃଶ୍ୟପଟ୍ଟ

ସଂପର୍କର ଦୃଶ୍ୟପଟ୍ଟ

1 min
265


ବୁଲିପଡ଼ି ପଛକୁ ଚାହିଁଲି ... ଦେଖିଲି

ତୁ ଚାଲି ଯାଇଛୁ ବହୁ ଦୂୂୂୂରକୁ

ଭାବିଲି ଚୁପ୍ ରହିିିିିଯିବି ।


ହେଲେ ରହି ପାରିଲିନି

ଡାକିଲି ଧିର ସ୍ଵରରେ -

ତୁ ଶୁଣିଲୁନି... ଚିତ୍କାର କଲି 

ତୁ ଅଚିହ୍ନା ପାଲଟିଗଲୁ ।


ଧିରେ ଧିରେ ତୁ ଅଦୃଶ୍ୟ ହେଉଥିଲୁ ...

ସଂପର୍କର ଦୃଶ୍ୟପଟ୍ଟରୁ

ମୋ ହୃଦୟରେ କୋହ

ଆଖିରେ ଲୁହ -

କେବେବି ବୁଝିବାର ନୁହଁ, 


ପଥହରା ପଥିକ ପରି

ଆଶ୍ରା ଖୋଜିଲି ନିର୍ଜନରେ...

ମୋ ଭିତରେ -

ଝଡ଼ ପରର ସୂର୍ଯ୍ୟ ଦେଖାଇଲା ନୂଆ ଦିଗନ୍ତ !


ନୂଆ ଆଲୋକରେ ଉଦ୍ଭାସିତ ହୃଦୟ...

ଏବେ ମୋ ମନ ପୃଥିବୀ 

ଖୁବ୍ ସମତୁଲ

ଏତେ ବଡ଼ ଭୂମିକମ୍ପ ପରେ ବି 

ସଜାଡି ଦେଇଛି -

ଧ୍ଵଂସ ବିଧ୍ବସ୍ତ ମନ ନୀଡ଼କୁ ମୋର ।

  ***


Rate this content
Log in

Similar oriya poem from Romance