Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradesh Pratyush

Others

4  

Pradesh Pratyush

Others

ତୁ ଆସିବା ପରେ

ତୁ ଆସିବା ପରେ

1 min
330


ତୁ ଆସିବା ପରେ ବଦଳିଛି 

ମୋର ଅସଜଡା ଦୁନିଆ

ଏଠି ଦୁଃଖ ବି ପାଲଟୁଛି ହସ ଖୁସିର ଦରିଆ ।


ତୋ ହସ ସତେ ମୋ ପାଇଁ 

ସାରା ଆକାଶର ଆନନ୍ଦ

ତୋ ଦୁଷ୍ଟାମୀ ମୋ ଅବଶିଷ୍ଟ ଆୟୁଷ

ଅପାଶୋରା ପ୍ରେମ

ତୋର ଗୁଲୁଗୁଲିଆ କଥା 

ମୋର ଦିନ ଜୀବନ 

ତୋର ବାବା ଡାକ ସତେ କି 

ମୋର ପୁନର୍ଜନ୍ମ ।


ତୁ ଆସିବା ପରେ ହଜିଛି

ମୋର ସବୁ ଅବସାଦ ଚିନ୍ତା 

ଏଠି ଲୁହ ବି ପାଲଟିଛି ସଫଳତା । 


ମୁଁ ଏବେ ସ୍ୱପ୍ନ ଦେଖୁଛି ତୋ ଆଖିରେ 

ମୁଁ ଏବେ ବାଟ ଚାଲୁଛି ତୋ ସାଥିରେ 

ମୁଁ ଏବେ ପାଲଟିଛି ବେତାବ ବାଦଶାହା 

ତୁ ସାଥିରେ ଅଛୁ ବୋଲି କିଛି ନାହିଁ ଆଉ ଲୋଡ଼ା । 


ତୁ ଆସିବା ପରେ ପାଇଛି

ନୂଆ ପରିଚୟ ପ୍ରତିଷ୍ଠା

ଏଠି ସବୁକିଛି ଲାଗୁଛି ମୋତେ ସ୍ୱପ୍ନ ପରିକା ।

    


Rate this content
Log in